ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜନ୍ମାଷ୍ଟମୀକୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଏବଂ ଗୋକୁଳାଷ୍ଟମୀ ନାମରେ ମଧ୍ୟ ଜଣା ଯାଇଥାଏ । ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିଲେ । ସେଥିପାଇଁ ଏହି ତିଥିକୁ କୃଷ୍ଣ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ । ଏହିଅବସରରେ ମନ୍ଦିର ଏବଂ ଘର ମାନଙ୍କରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥାଏ । ଲୋକେ ଏହି ଦିନ ବ୍ରତ ରଖି ବିଧିବିଧାନ ସହ ରାତି ୧୨ ଟାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ କରନ୍ତି । ଚଳିତବର୍ଷ ଅଗଷ୍ଟ ୩୦ ରେ ପଡୁଛି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ । କିନ୍ତୁ କୃଷ୍ଣ ଜନ୍ମାଷ୍ଟମୀ ପୂଜାରେ କେଉଁ ସବୁ ଜିନିଷ ବ୍ୟବହାର କରିବା ଦ୍ୱାରା ଶ୍ରୀକୃଷ୍ଣ ପ୍ରସନ୍ନ ହୋଇଥାନ୍ତି ଆସନ୍ତୁ ଜାଣିବା ।
– ମାନ୍ୟତା ରହିଛି କି, ପିଲାଦିନୁ ଶ୍ରୀକୃଷ୍ଣଙ୍କର ପ୍ରିୟ ଲହୁଣୀ ଏବଂ ମିଶିରି । ସେ ଲୁଚି ଲୁଚି ଗୋପୀମାନଙ୍କର ଲହୁଣୀ ମଧ୍ୟ ଚୋରାଇ ଖାଉଥିଲେ । ଏହି କାରଣ ପାଇଁ ତାଙ୍କୁ ଲହୁଣୀ ଚୋର ବୋଲି ମଧ୍ୟ କୁହାଯାଇଥାଏ । ସେଥିପାଇଁ ଜନ୍ମାଷ୍ଟମୀ ଦିନ ପୂଜାରେ କୃଷ୍ଣଙ୍କୁ ଲହୁଣୀ ଏବଂ ମିଶିରି ଭୋଗ ଲଗାନ୍ତୁ ।
– ଭଗବାନ କୃଷ୍ଣଙ୍କ ପ୍ରିୟ ହେଉଛି ବଇଁଶି । ତାଙ୍କୁ ମୂରଲି ମନୋହର ମଧ୍ୟ କହାଯାଇଥାଏ । ସେଥିପାଇଁ ପୂଜାରେ ବଇଁଶି ରଖିବା ଉଚିତ୍ ।
– ସେହିପରି ଗାଇ ମଧ୍ୟ କୃଷ୍ଣଙ୍କୁ ବହୁତ ପସନ୍ଦ । କାରଣ ସେ କୁନି ବାଛୁରୀ ସହିତ ସର୍ବଦା ଖେଳିଥାନ୍ତି ଏବଂ ଗାଇ ଚରାଇବାକୁ ଯାଇଥାନ୍ତି । ସେଥିପାଇଁ ଆପଣ ଜନ୍ମାଷ୍ଟମୀ ପୂଜାରେ ଗାଇ ର ଛୋଟ ମୂର୍ତ୍ତି ରଖିପାରିବେ । ଏହାସହିତ ଯଦି ଘରେ ଗାଇ ଥିବ ତେବେ ଏହିଦିନ ପୂଜା କରିବା ଉଚିତ୍ ।
– ଶ୍ରୀକୃଷ୍ଣ ତାଙ୍କ ମୁକୁଟରେ ସର୍ବଦା ମୟୂର ପଙ୍ଖ ଲଗାଇ ବୁଲିଥାନ୍ତି । ସେଥିପାଇଁ ଜନ୍ମାଷ୍ଟମୀ ପୂଜାରେ ମୟୂର ପଙ୍ଖ ରଖିବା ଉଚିତ୍ ।
– ଶ୍ରୀକୃଷ୍ଣଙ୍କ ପୂଜାରେ ନିହାତି ଭାବେ ପଞ୍ଚାମୃତ ବ୍ୟବହାର କରିବା ଉଚିତ୍ । ୫ଟି ଜିନିଷର ମିଶ୍ରଣରେ ପଞ୍ଚାମୃତ ପ୍ରସ୍ତୁତ କରାଯାଇ ଭଗବାନଙ୍କ ଠାରେ ଭୋଗ ଲଗ। ଯାଇଥାଏ ।