ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶରୀରକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ପ୍ରକାରର ଭିଟାମିନ୍ସ, ମିନେରାଲ୍ସ, ପ୍ରୋଟିନ, ଫାଇବର ଏବଂ କାର୍ବ୍ସୋ ଆଦି ଜରୁରୀ ।ଅଧିକାଂଶ ପୋଷକ ତତ୍ୱ ସାଧାରଣ ଖାଦ୍ୟରୁ ପ୍ରାପ୍ତ ହୋଇଥାଏ । କିନ୍ତୁ ଭିଟାମିନ ବି୧୨ ଏଭଳି ଏକ ଭିଟାମିନ୍ ଯାହା ଶରୀର ପାଇଁ ବେଶ ଉପଯୋଗୀ । ମାତ୍ର ଏହା ସାଧାରଣତଃ ନିରାମିଶ ଖାଦ୍ୟରେ ଉପଲବ୍ଧ ହୋଇନଥାଏ । ଭିଟାମିନ୍ ବି ୧୨କୁ କୋବାଲାମିନ୍ ମଧ୍ୟ କୁହାଯାଇଥାଏ । ଅଧିକାଂଶ ଲୋକଙ୍କ ଶରୀରରେ ଭିଟାମିନ୍ ୧୨ ର ଅଭାବ ଦେଖା ଦେଇଥାଏ । ଏଥିପାଇଁ ଅନେକ ସମସ୍ୟା ମଧ୍ୟ ଉପୁଜିଥାଏ । ତେବେ ଆସନ୍ତୁ ଜାଣିବା ଶରୀର ପାଇଁ କାହିଁକି ଜରୁରୀ ଭିଟାମିନ୍ ବି୧୨ । ଶରୀରରେ ଏହାର ଅଭାବର ଲକ୍ଷଣ କଣ? କିଭଳି ଏହାକୁ ପୂରଣ କରାଯାଏ ।
ଭିଟାମିନ୍ ବି୧୨ ଶରୀରରେ ଲାଲ ରକ୍ତ କଣିକାର ନିର୍ମାଣ ଏବଂ ନର୍ଭ ସିଷ୍ଟମକୁ ମଜବୁତ କରିବାରେ ସହାୟକ ହୋଇଥାଏ । ଏହା ମେଂଟାଲ ହେଲ୍ଥ ପାଇଁ ବେଶ ଜରୁରୀ । ଭିଟାମିନ୍ ବି୧୨ ବ୍ରେନ୍ ଡ୍ୟାମେଜ୍ ଏବଂ ଅଲ୍ଜାଇମର ଭଳି ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ । ଏହାବ୍ୟତିତ କମ ମାତ୍ରାରେ ଷ୍ଟ୍ରୋକ ହୋଇଥାଏ । ସେଥିପାଇଁ ଏହି ଭିଟାମିନ୍ସକୁ ଆଣ୍ଟି ଷ୍ଟ୍ରେସ ଭିଟାମିନ୍ସ ମଧ୍ୟ କୁହାଯାଇଥାଏ ।
ଏନିମିୟା, ଥକାପଣ , ଶରୀର ଦୁର୍ବଳ, ଭୋକ ନ ଲାଗିବା, ଚିଡଚିଡା ଲାଗିବା, ମୁହଁରୁ ଛାଲ ଛାଡିବା, କେଶ ଝଡିବା, କୋଷ୍ଟକାଠିନ୍ୟ, ସ୍ମରଣଶକ୍ତି କମିବା, ଚିନ୍ତାଗ୍ରସ୍ତ ରହିବା, ତ୍ୱଚା ହଳଦିଆ ପଡିବା, ଦୃଷ୍ଟି ଶକ୍ତି କମ ହେବା ଆଦି ଏହାର ପ୍ରମୁଖ ଲକ୍ଷଣ ।
ଅଧିକାଂଶ ଆମିଷ ଜିନିଷରେ ଭିଟାମିନ୍ ବି୧୨ ମିଳିଥାଏ । ସେଥିପାଇଁ ନିରାମିଶ ସେବନ କରୁଥିବା ବ୍ୟକ୍ତି ସର୍ବଦା ଭିଟାମିନ୍ ବି୧୨ ଅଭାବର ସମ୍ମୁଖୀନ ହୋଇଥାନ୍ତି । ଏହାବ୍ୟତିତ ଯଦି ଆପଣ କୌଣସି ସର୍ଜରୀ କରିଥିବେ ତେବେ ଶରୀରରେ ଲାଲ ରକ୍ତ କଣିକା କମ ହୋଇଯାଏ । ଏଭଳି ସ୍ଥିତି ଭିଟାମିନ୍ସ ବି୧୨ ଅଭାବର କାରଣ ହୋଇପାରେ । ସେଥିପାଇଁ ସର୍ଜରୀ ପରେ ଖାଦ୍ୟ ପେୟ ପ୍ରତି ଧ୍ୟାନ ରଖିବା ଉଚିତ୍ ।
ମାଛ, ଚିକେନ୍, ଅଣ୍ଡା, ଚିଙ୍ଗୁଡି, ଦହି, ଓଟମିଲ,ବ୍ରୋକଲି ଆଦିର ଭିଟାମିନ୍ ବି୧୨ ରହିଛି । ଏହାକୁ ସେବନ କରି ଆପଣଙ୍କ ଶରୀରର ଭିଟାମିନ୍ ବି୧୨ର ଅଭାବ ଦୂର କରିପାରିବେ ।