ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ବିଶ୍ୱ ହେପା-ଟାଇଟିସ୍ ଦିବସ । ଲୋକଙ୍କୁ ସଚେତନ କରାଇବା ପାଇଁ ପ୍ରତ୍ୟେକ ବର୍ଷ ଜୁଲାଇ ୨୮ ରେ ଏହି ଦିବସ ପାଳିତ ହୁଏ । ହେପାଟାଇଟିସ୍ ଏଭଳି ଏକ ରୋଗ ଯାହାର ସଂକ୍ରମଣ ଯୋଗୁଁ ଲୋକେ ଯକୃତ ଜନିତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଆମ ଶରୀରର ମହତ୍ୱପୂର୍ଣ୍ଣ ଅଙ୍ଗ ମଧ୍ୟରୁ ଯକୃତ ଅନ୍ୟତମ । ଏହା ରକ୍ତରୁ ଟକ୍ସିସକୁ ବାହାର କରିବା ସହିତ ଖାଦ୍ୟ ହଜମ କରାଇବାରେ ମଧ୍ୟ ସହାୟକ ହୋଇଥାଏ ।
ଏହି ସଂକ୍ରମଣ ଜନିତ ରୋଗ ୫ ଭାଗରେ ବିଭକ୍ତ । ଯାହା ହେପାଟାଇଟିସ୍ ଏ, ବି, ସି, ଡି ଏବଂ ଇ ନାମରେ ନାମିତ । ଏହି ୫ ପ୍ରକାର ସଂକ୍ରମଣ ଭାରତ ପାଇଁ ବିପଦ ସୃଷ୍ଟି କରିଥାଏ ଏବଂ ଏହା ସବୁଠାରୁ ବଡ ଚିନ୍ତାର ବିଷୟ ।
ହେପାଟାଇଟିସ୍ ଏ ଏବଂ ଇ ସାଧାରଣତଃ ଦୂଷିତ ପାଣି ଏବଂ ଭୋଜନ ପାଣି ହୋଇଥାଏ । ସେହିପରି ହେପାଟାଇଟିସ୍ ବି, ସି, ଏବଂ ଡି ସାଧାରଣତଃ ରକ୍ତ ଏବଂ ସଂକ୍ରମିତ ଶରୀରର ତରଳ ପଦାର୍ଥର ସମ୍ପର୍କର ପରିଣାମ ସ୍ୱରୂପ ହୋଇଥାଏ ।
ସାରା ଦୁନିଆରେ ହାରାହାରି ୫୦୦ ମିଲିୟନ ଲୋକ ହେପାଟାଇଟିସ୍ ବି କିମ୍ବା ସି ରେ ଆକ୍ରାନ୍ତ ହୋଇ ଜୀବନ କାଟୁଛନ୍ତି । ସେମାନଙ୍କ ମଧ୍ୟରୁ କେବଳ ଭାରତରେ ୪୬ ମିଲିୟନ ଲୋକ ରହିଛନ୍ତି ।
ଅନେକ ଲୋକ ଅଛନ୍ତି ଯିଏକି ହେପାଟାଇଟିସ୍ ର ତୁଳନା ରେ ଏଡସ୍ କୁ ଅନୁବନ୍ଧିତ କରିବା ବିଷୟରେ ଅଧିକ ଚିନ୍ତା କରିଥାନ୍ତି । ବାସ୍ତବାରେ ପ୍ରତ୍ୟେକ ବର୍ଷ ସାରା ଦୁନିଆରୁ ୧.୫ ଲୋକ ହେପାଟାଇଟିସ୍ ବି କିମ୍ବା ସି ଯୋଗୁଁ ମୃତ୍ୟୁ ମରଣ କରିଥାନ୍ତି।
ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କୌଣସି ବ୍ୟକ୍ତି ଏହି ରୋଗରେ ପିଡୀତ ଅଛନ୍ତି ତେବେ ଔଷଧ ସମେତ ଡାଏଟ ପ୍ରତି ଖାସ୍ ଧ୍ୟାନ ରଖନ୍ତୁ । ତେବେ ଆସନ୍ତୁ ଜାଣିବା ହେପାଟାଇଟିସ୍ ର ଲକ୍ଷଣ ଏବଂ ଏଥିପାଇଁ କେଉଁ ଜିନିଷ ନିଜ ଡାଏଟରେ ସାମିଲ କରିବା ଉଚିତ୍ ।
ହେପାଟାଇଟିସ୍ ଲକ୍ଷଣ:
– ତ୍ୱଚା କିମ୍ବା ଆଖିର ଧଳା ଅଂଶ ହଳଦିଆ ଦେଖାଯିବା
– ଭୋକ ନ ଲାଗିବା
– ବାନ୍ତି ଲାଗିବା
– ଥକାପଣ, ଜ୍ୱର ଆଦି ମାସେ ମାସେ ଧରି ଲାଗି ରହିବା ।
କଣ ଖାଇବା ଉଚିତ୍:
– ଆପଣଙ୍କୁ ଆପଣଙ୍କ ଡାଏଟରେ ଫାଇବର ଯୁକ୍ତ ଭୋଜନ ସାମିଲ କରିବା ଉଚିତ୍, କାରଣ ଏହା ପାଚନ ପ୍ରକ୍ରିୟା ପାଇଁ ଭଲ ହୋଇଥାଏ ।
– ପୋଷକ ତତ୍ୱରେ ଭରପୁର ଫଳ ଏବଂ ପନିପରିବା ଅଧିକରୁ ଅଧିକ ଡାଏଟରେ ସାମିଲ କରନ୍ତୁ । ଏଥ୍ିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଯକୃତକୁ ନଷ୍ଟ ହେବାରୁ ରକ୍ଷା କରିଥାଏ ।
– ଏଥିରେ ଆପଣ ଡାଏରୀ ଉତ୍ପାଦ ବି ସେବନ କରିପାରିବେ ।
– ଏହାବ୍ୟତିତ ଯକୃତ ସମସ୍ୟାରୁ ରକ୍ଷା ପାଇବା ପାଇଁ ବିନ୍ସ, ଅଣ୍ଡା ଏବଂ ସୋୟା ସେବନ କରନ୍ତୁ । ଏହାସହିତ ଖାଦ୍ୟ ବନାଇବା ବେଳେ ଅଲିଭ ତେଲ ବ୍ୟବହାର କରନ୍ତୁ ।
କ’ଣ ଖାଇବା ଉଚିତ୍ ନୁହେଁ:
– ବିଲକୁଲ ମଦ ପିଅନ୍ତୁ ନାହିଁ । ମଦ ଯକୃତ ଉପରେ ପ୍ରଭାବ ପକାଇଥାଏ ।
– ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ସେବନ କରନ୍ତୁ ନାହିଁ ।
– ଫାଷ୍ଟଫୁଡ୍ ଠାରୁ ଦୂରେଇ ରୁହନ୍ତୁ ।
– ପନିର, ଘିଅ ଏବଂ କ୍ରିମ ସେବନ କରନ୍ତୁ ନାହିଁ ।