ଭଦ୍ରକ,(ଏଟିଆର ବ୍ୟୁରୋ): ଯାହାକୁ ଦେଖ ଭୟରେ ଥରହର । ନଦୀ ନାଁ ଶୁଣିଲେ ଲୋକେ ପାଖ ମାଡୁ ନାହାନ୍ତି । ସିଧା କହିବାକୁ ଗଲେ ପୂରା ଗାଁ ଏବେ ଆତଙ୍କିତ । ଏଭଳି ପରିସ୍ଥିତି ଉପୁଜିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକର କୃତ୍ତିବବାସପୁର ଗାଁରେ । କିଛିଦିନ ହେବ ଏଠି କୁମ୍ଭିର ମାତିଥିବା ଜଣାପଡିବା ପରେ ଲୋକଙ୍କ ଅବସ୍ଥା ବାର ବାଜିଯାଇଛି । ସମସ୍ତେ ପୂରା ଆତଙ୍କିତ ହୋଇପଡିଛନ୍ତି ।
ଏହାରି ଭିତରେ କୁମ୍ଭିର ଗୋଟିଏ ଗାଇଙ୍କୁ ମଧ୍ୟ ଖାଇ ସାରିଲାଣି । ଭ୍ରମରବର ଦାସଙ୍କ ଗାଇ ନଦୀ ପାଖକୁ ଚରିବାକୁ ଯାଇଥିବା ବେଳେ କୁମ୍ଭିର ହାବୁଡରେ ପଡିଥିଲା । ତେବେ ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ଚାରିଆଡେ ଏବେ ଆତଙ୍କ ଖେଳିଯାଇଛି । ସେପଟେ ସ୍ଥାନୀୟ ଲୋକେ ସାଧାରଣତଃ ଚାଷଠୁ ନେଇ ଶୌଚ ହେବା ଯାଏଁ ପ୍ରତିଟି କାର୍ଯ୍ୟରେ ଶାଳନ୍ଦୀ ନଦୀ ଉପରେ ନିର୍ଭର କରିଥାନ୍ତି । ଏପରିସ୍ଥଳେ ନଦୀରେ କୁମ୍ଭିର ବାହାରିବା ଲୋକଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି । ସେ ପିଲା ହୁଅନ୍ତୁ ଅବା ବୁଢ଼ା କେହି ବି ନଦୀକୁ ଯିବା ଲାଗି ସାହାସ କରିପାରୁନାହାନ୍ତି । ଫଳରେ ୩ଟି ପଞ୍ଚାୟତ ଲୋକ ଏବେ ଆତଙ୍କିତ ।