ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଜାପାନର ରାଜଧାନୀ ଟୋକିଓରେ ଚାଲିଥିବା ପାରାଲିମ୍ଫିକ୍ସରେ ଟେବୁଲ ଟେନିସ ପ୍ରତିଯୋଗିତାରେ ସେ ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି । ପାରଲିମ୍ଫକ୍ସରେ ପଦକ ଜିତିବାରେ ସେ ହେଉଛନ୍ତି ଭାରତୀୟ ଦ୍ୱିତୀୟ ମହିଳା । ସେ ଟେବୁଲ ଟେନିସା ଏକକ କ୍ଲାସ୪ ବର୍ଗର ଫାଇନାଲରେ ଚୀନର ଖେଳଳି ଝାଉଁ ୟିଙ୍ଗଙ୍କଠାରୁ ପରାସ୍ତ ହୋଇ ୧୧-୭ , ୧୧-୫ , ୧୧-୬ରେ ପରାସ୍ତ ହୋଇଛନ୍ତି ।
ଏହି ୩୪ବର୍ଷିୟ ଭାବିନା ହାରିଯାଇଥିଲେ ମଧ୍ୟ ଇତିହାସ ରଚିଛନ୍ତି । କାରଣ ଭାବିନା ପ୍ରଥମ ଥର ପାଇଁ ପାରାଲିମ୍ଫିକ୍ସରେ ଭାଗ ନେଇଥିଲେ ଓ ଏଥିରେ ତାଙ୍କୁ ପଦକ ମିଳିଛି । ଅନ୍ୟପଟେ ଚୀନର ୟିଙ୍ଗ ଝୁ ଷଷ୍ଠ ଥର ପାଇଁ ପାରାଲିମ୍ପକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ରୌପ୍ୟ ପଦକ ପାଇବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।