ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ବିରୋଧରେ ଦାଖଲ ହୋଇଥିବା ପିଟିସନ୍ ଉପରେ ଆଜି ସୁପ୍ରିମ କୋର୍ଟରେ ଶୁଣାଣି । ଏନେଇ ପାଞ୍ଚ ଜଣିଆ ଖଣ୍ଡପୀଠ ଗଠନ କରାଯାଇଛି । ଏହାର ଅଧ୍ୟକ୍ଷତା ଦାୟିତ୍ୱରେ ବିଚାରପତି ଏନବି ରମଣ ରହିଛନ୍ତି । ସାମ୍ବିଧାନିକ ପୀଠରେ ଜଷ୍ଟିସ ଏସକେ କ୍ୟାଲ, ଜଷ୍ଟିସ ଆର ସୁଭାଷ ରେଡ୍ଡୀ, ଜଷ୍ଟିସ ବିଆର ଗୋଗୋଇ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତ ସାମିଲ ଅଛନ୍ତି ।
ଏହା ପୂର୍ବରୁ ନଭେମ୍ବର ୧୪ରେ ପୀଠ ପକ୍ଷରୁ ପିଟିସନ୍ ଉପରେ କୌଣସି ଅନ୍ତରୀମ ଆଦେଶ ପାରିତ କରିବା ପାଇଁ ମନା କରିଦିଆଯାଇଥିଲା । ଏହାସହିତ କୁହାଯାଇଥିଲା କି, ଏଭଳି କରିବା ଦ୍ୱାରା ଶୁଣାଣିରେ ବିଳମ୍ବ ହୋଇପାରେ । ଏହି ମାମଲାରେ ଜଡିତ ପ୍ରସଙ୍ଗ ଉପରେ ସମସ୍ତ ପାର୍ଟିଙ୍କ ଠାରୁ ଶୁଣିବା ପରେ ଏକାସଙ୍ଗରେ ସୁପ୍ରିମକୋର୍ଟ ନିର୍ଣ୍ଣୟ ନେବ ।
ସେହିପରି ବିଚାରପତି ଏନବି ରମଣ ସେମାବାରକୁ ଜେନେରାଲ ତୁଷାର ମେହତା ଏବଂ ବରିଷ୍ଠ ଅଧିବକ୍ତା ରାଜୁ ରାମଚନ୍ଦ୍ରନଙ୍କୁ ଏହି ମାମଲାରେ ପ୍ରସ୍ତୁତିର ସହ ଆସିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଏନେଇ ମେହତା କହିଛନ୍ତି, ସମସ୍ତ ପିଟିସନ୍ କୁ ଏକାଠି କରାଯାଇଛି, କିନ୍ତୁ ଯଦି କୌଣସି ନୂତନ ଦସ୍ତାବିଜ୍ ଆସୁଛି ତେବେ ତାକୁ ପରେ ଯୋଡାଯିବ ।