ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରତ୍ୟେକ ମାସର ଆରମ୍ଭରେ ଅନେକ ନିୟମରେ ପରିବର୍ତ୍ତନ ହୋଇଥାଏ । ଏଥରକୁ ସେପ୍ଟମ୍ବରରେ ମଧ୍ୟ ଅନେକ ବଡ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଯାହାର ସିଧା ପ୍ରଭାବ ଜନସାଧାରଣଙ୍କ ଉପରେ ପଡିବ ।
ଆଧାର-ପାନ୍ ଲିଙ୍କ:- ସେପ୍ଟମ୍ବର ୩୦ ସୁଧା ପ୍ୟାନକୁ ଆଧାର ସହ ଲିଙ୍କ କରିବା ଜରୁରୀ । ଏଭଳି ନକରିବା ଦ୍ୱାରା ଆପଣଙ୍କ ପ୍ୟାନ୍ କାର୍ଡ ଇନଅପରେଟିଭ ହୋଇଯିବ । ନିୟମନୁଯାୟୀ ଯଦି ଆପଣଙ୍କ ପ୍ୟାନ୍ ନିଷ୍କ୍ରିୟ ହୋଇସାରିଛି ଏବଂ ଆପଣ ଏହାର ଉପଯୋଗ ବ୍ୟାଙ୍କ ଏବଂ ଅନ୍ୟ ସ୍ଥାନ ମାନଙ୍କରେ କରୁଛନ୍ତି ତେବେ ଏଥିରୁ ସ୍ପଷ୍ଟ ହେବ କି ଆପଣ ଆଇନ ଅନୁଯାୟୀ ପ୍ୟାନ ଦେଇ ନାହାନ୍ତି । ଏଭଳି ସ୍ଥିତିର ଆପଣଙ୍କ ଉପରେ ଆୟକର ଧାରା ୨୭୨ବି ଅନୁଯାୟୀ ୧୦ ହଜାର ଟଙ୍କା ଜରିମାନା ଲାଗିପାରେ ।
ଡିମ୍ୟାଟ ଆକାଉଣ୍ଟର କେୱାଇସି: ମାର୍କେଟ ରେଗୁଲେଟର ସେବି ପକ୍ଷରୁ ଟ୍ରେଡିଙ୍ଗ ଏବଂ ଡିମ୍ୟାଟ ଆକାଉଣ୍ଟ ଖୋଲିବାର ନିୟମରେ ପରିବର୍ତ୍ତନ କରାଯାଇଛି । ସେହିଅନୁଯାୟୀ ଯଦି ଆପଣଙ୍କର ଡିମ୍ୟାଟ ଆକାଉଣ୍ଟ ଅଛି ତେବେ ଆପଣଙ୍କୁ ସେପ୍ଟମ୍ବର ୩୦ ସୁଧା ତାର କେୱାଇସି କରିବାକୁ ହେବ । ଯଦି କେୱାଇସି ନକରିବେ ତେବେ ଆପଣଙ୍କ ଆକାଉଣ୍ଟ ଡିଆକ୍ଟିଭେଟ କରିଦିଆଯିବ । ଏହାଦ୍ୱାରା ଆପଣ ଷ୍ଟକ ମାର୍କେଟରେ ଟ୍ରେଡ କରି ପାରିବେ ନାହିଁ ।
ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ: ୨୦୨୦-୨୧ ପାଇଁ ସେପ୍ଟମ୍ବର ୩୦ ସୁଧା ଆଇଟିଆର ଫାଇଲ କରିବାକୁ ହେବ ।ଯଦି ୩୦ ସେପ୍ଟମ୍ବର ପରେ ରିଟର୍ଣ୍ଣ ଫାଇଲ କରୁଛନ୍ତି ତେବେ ଆପଣଙ୍କୁ ୫ ହଜାର ଟଙ୍କାର ଫାଇନ ଦେବାକୁ ହେବ । ଯେଉଁମାନଙ୍କର ଆୟ ୫ ଲକ୍ଷରୁ କମ ସେମାନଙ୍କ ଲେଟ୍ ଫି ଆକାରରେ ଏକ ହଜାର ଟଙ୍କା ଦେବାକୁ ହେବ ।
ବ୍ୟାଙ୍କ ଆକାଉଣ୍ଟରେ ସଠିକ୍ ମୋବାଇଲ ନଂ ଅପଡେଟ; ଅକ୍ଟୋବର ୧ ରୁ ଅଟୋ ଡେବିଟ ପେମେଣ୍ଟ ସିଷ୍ଟମ ଲାଗୁ ହେବାକୁ ଯାଉଛି । ଅଟୋ ଡେବିଟ ର ଅର୍ଥ ଆପଣଙ୍କ ମୋବାଇଲ ଆପ ବା ଇଂଟରନେଟ ବ୍ୟାଙ୍କିଂରେ ବିଦ୍ୟୁତ, ଏଲଆଇସି ବା ଅନ୍ୟ କୌଣସି ଖର୍ଚ୍ଚକୁ ଅଟୋ ଡେବିଟ ମୋଡରେ ପକାଇଥିବେ ତେବେ ତାହାଦ୍ୱାରା ନିର୍ଦ୍ଧାରିତ ତାରିଖରେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା କଟିଯିବ । ଏହି ସୁବିଧାର ଲାଭ ଉଠାଇବା ପାଇଁ ଆପଣଙ୍କୁ ଆକ୍ଟିଭ ମୋବାଇଲ ନଂ ବ୍ୟାଙ୍କରେ ଅପଡେଟ କରିବା ଜରୁରୀ ।
ଚେକ୍ କ୍ଲିୟରିଂ ସିଷ୍ଟମରେ ପରିବର୍ତ୍ତନ: ସେପ୍ଟମ୍ବର ୧ ରୁ ୫୦ ହଜାରରୁ ଅଧିକ ଟଙ୍କାର ଚେକ୍ ଜାରି କରିବା ଆପଣଙ୍କୁ ସମସ୍ୟାରେ ପକାଇପାରେ । ବାସ୍ତବରେ ବ୍ୟାଙ୍କ ଏବେ ପଜିିଟିଭ ପେ ସିଷ୍ଟମ ଲାଗୁ କରିବା ଆରମ୍ଭ କରିଛି । ଯାହା ସମସ୍ତ ବ୍ୟାଙ୍କରେ ସେପ୍ଟମ୍ବର ୧ ରୁ ଆରମ୍ଭ ହେବ ।
ପିଏଏଫ ନିୟମରେ ପରିବର୍ତ୍ତନ: ସେପ୍ଟମ୍ବର ୧ ରୁ ଯଦି ଆପଣଙ୍କ ୟୁନିଭର୍ସାଲ ଆକାଉଣ୍ଟ ନଂ (ୟୁଏଏନ) ଆଧାର କାର୍ଡ ସହ ଲିଙ୍କ ହୋଇନଥିବ ତେବେ ଆପଣଙ୍କ ପିଏଏଫ ଆକାଉଣ୍ଟରେ କ୍ରେଡିଟ କରିପାରିବେନି ଏମ୍ପ୍ଲାୟର । ସେହିପରି ଇପିଏଏଫ ଖାତାଧାରୀଙ୍କୁ ୧ ସେପ୍ଟମ୍ବର ପୂର୍ବରୁ ଆଧାରକୁ ୟୁଏଏନ ନଂ ସହ ଲିଙ୍କ କରିବା ବାଧ୍ୟତାମୂଳକ କରିଛି ଇପିଏଫଓ ।
ବଦଳିବ ଏଲପିଜି ସିଲଣ୍ଡର ମିଳିବା ସମୟ: ସେପ୍ଟମ୍ବର ପହିଲାରୁ ଏଲପିଜି ସିଲିଣ୍ଡରର ଦାମ ଏବଂ ମିଳିବାର ସମୟ ଦୁଇଟି ଯାକ ପରିବର୍ତ୍ତନ ହୋଇଯିବ ।
ଓଟିଟି ପ୍ଲାଟଫର୍ମରେ ସବସ୍କ୍ରିପ୍ସନ ମହଙ୍ଗା: ୧ ସେବ୍ଟମ୍ବର ୦୨୧ ରୁ ଭାରତରେ ଓଟିଟି ପ୍ଲାଟଫର୍ମ ଡିଜନି ପ୍ଲସ ହଟଷ୍ଟାରକୁ ସବସ୍କ୍ରିପ୍ସନ କରିବା ହୋଇଯିବ ମହଙ୍ଗା । ଏହାପରେ ୟୁଜର୍ସଙ୍କୁ ବେସ ପ୍ଲାନ ପାଇଁ ୩୯୯ ଟଙ୍କା ବଦଳରେ ୪୯୯ ଟଙ୍କା ଦେବାକୁ ପଡିବ । ସିଧା ସଳଖ ୧୦୦ ଟଙ୍କା ଅଧିକ ଦେବାକୁ ପଡିବ । ଏହାବ୍ୟତିତ ୮୯୯ ରେ ୟୁଜର୍ସ ଦୁଇଟି ଫୋନ୍ ରେ ଆପ୍ ଚଲାଇ ପାରିବେ । ଏହାସହିତ ୧୪୯୯ ଟଙ୍କାରେ ୪ ସ୍କ୍ରିନ୍ ରେ ଆପ୍ ଚଲାଇ ପାରିବେ ।