ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାଓମୀ ତାର ରେଡମୀ ବ୍ରାଣ୍ଡ ଭଳି ନୂତନ ମିଡ ରେଞ୍ଜ ରେଡମୀ ୧୦ ପ୍ରାଇମ ସ୍ମାର୍ଟଫୋନ ଲଞ୍ଚ କରିଛି । ଏହି ଗତବର୍ଷ ଅଗଷ୍ଟରେ ଲଞ୍ଚ ହୋଇଥିବା ରେଡମୀ ୯ ପ୍ରାଇମର ଅପଗ୍ରେଡେଡ ଭର୍ସନ । ଏହାର ସ୍ୱତନ୍ତ୍ରତା ହେଉଛି ଏଥିରେ କ୍ୱାର୍ଡ ରିୟର କ୍ୟାମେରା ସେଟଅପ ସହିତ ଲଞ୍ଚ କରାଯାଇଛି । ଯେଉଁଥିରେ ମେନ୍ କ୍ୟାମେରା ୫୦ ମେଗାପିକ୍ସଲର । ଏହାର ଡିସପ୍ଲେ ୯୦ଏଚଜେଡ ରିଫ୍ରେସ ରେଟ୍ କୁ ସପୋର୍ଟ କରେ ଏବଂ ଫୋନ୍ ରେ ମିଡିଆଟେକ ହିଲିଓ ଜି୮୮ ପ୍ରୋସେସର ରହିଛି ।
ରେଡମୀ ୧୦ ପ୍ରାଇମର ୪ଜିବି ର୍ୟାମ ଏବଂ ୬୪ ଜିବି ଇଂଟରନାଲ ଷ୍ଟୋରେଜ ବିଶିଷ୍ଟ ଭ୍ୟାରିଏଣ୍ଟର ଦାମ ୧୨,୪୯୯ ଟଙ୍କା । ସେହିପରି ୬ଜିବି ର୍ୟାମ ସହିତ ୧୨୮ଜିବି ଇଂଟରନାଲ ଷ୍ଟୋରେଜ ବିଶିଷ୍ଟ ଭ୍ୟାରିଏଣ୍ଟର ଦାମ ୧୪,୪୯୯ ଟଙ୍କା ରହିଛି । ସେପ୍ଟମ୍ବର ୭ ରୁ ଏହା ବିକ୍ରି ପାଇଁ ଉପଲବ୍ଧ ହେବ ।