ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଜାପାନରେ ଚାଲିଥିବା ପାରାଲିମ୍ପିକ୍ସରେ ଟେବୁଲ ଟେନିସରେ ରୋ÷ପ୍ୟ ପଦକ ଜିତି ଭରେତ ପାଇଁ ଇତିହାସ ସୃଷ୍ଟି କରିଛନ୍ତି । ଏନେଇ ତାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ତାଙ୍କୁ ୩ କୋଟି ଟଙ୍କା ପୁରସ୍କାର ରାଶି ଦେବାକୁ ଘୋଷଣା କରିଛନ୍ତି । ପାରାଲିମ୍ପିକ୍ସରେ ପଦକ ଜିତିବାରେ ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ମହିଳା ।
ବିଶ୍ୱର ଏକ ନମ୍ବର ଖେଳାଳି ଚୀନର ୟିଙ୍ଗ ଝୋଉଙ୍କ ସହ ଭାବିନା ପଟେଲଙ୍କ ମୁକାବିଲା ହୋଇଥିଲା । ୟିଙ୍ଗ ଝୋଉଙ୍କୁ ଭାବିନା ୦-୩ ରେ ପରାସ୍ତ କରିଛନ୍ତି । ବିଜୟ ରୂପାଣୀ ପଟେଲଙ୍କୁ ପାରାଲିମ୍ପିକ୍ସରେ ମେଡାଲ ଜିତିବା ପରେ ତାଙ୍କୁ ଶୁଗେଚ୍ଛା ଜଣାଇବା ସହ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଭାବିନାବେନ ପଟେଲ ଟୋକିଓ ପାରାଲିମ୍ପିକ୍ସରେ ମେଡାଲ ଜିତିଥିବାରୁ ଅନେକ ଅନେକ ଶୁଭେଚ୍ଛା ।
ପ୍ରଥମ କରି ପାରାଲିମ୍ପିକ୍ସ କ୍ରୀଡାରେ ଅଂଶ ଗ୍ରହଣ କରିଥିବା ଭାବିନାବେନ୍ ପଟେଲ୍ ଉତ୍ତମ କ୍ରୀଡାବିତ ଭାବେ କ୍ରୀଡାକ୍ଷେତ୍ରରେ ପରିଚିତ ।