ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାର ସମ୍ଭାବ୍ୟ ତୃତୀୟ ଲହର ଭୟ ବହତା ମଧ୍ୟରେ ଏବେ ଟୀକାକରଣକୁ ନେଇ ଭଲ ଖବର ସାମ୍ନାକୁ ଆସିଛି । ଭାରତରେ କରୋନା କରୋନା ଟୀକାକରଣର ନୂତନ ରେକର୍ଡ ସୃଷ୍ଟି ହୋଇଛି । ଗୋଟେଦିନରେ ଏକ କୋଟି ବତିଶ ଲକ୍ଷ ରୁ ଅଧିକ ଟୀକାକରଣ କରି ରେକର୍ଡ ଭାଙ୍ଗିଛି ଭାରତ ।
ଅଗଷ୍ଟ ୩୧ ରେ ଗୋଟେଦିନରେ ୧ କୋଟି ୩୨ ଲକ୍ଷ ୪୫ ହଜାର ୨୬୬ ଜଣଙ୍କୁ ଟୀକା ଦିଆଯାଇଛି । ଏଥିରେ ୧ କୋଟି ୩୫ ହଜାର ୬୫୨ ପ୍ରଥମ ଡୋଜ ହୋଇଥିବା ବେଳେ ୩୨ ଲକ୍ଷ ୯ ହଜାର ୬୧୪ ଟି ଦ୍ୱିତୀୟ ଡୋଜ ରହିଛି । ଏହାସହିତ ଭାରତରେ ଏପର୍ଯ୍ୟନ୍ତ ୬୫ କୋଟି ୩୨ ଲକ୍ଷ ଡୋଜ ଦିଆ ସରିଲାଣି ।