ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏଭଳି ଅନେକ ସାମଗ୍ରୀ ରହିଛି ଯାହାକୁ ସାଧାରଣତଃ ରୋଷେଇରେ ଆପଣ ବ୍ୟବହାର କରିଥାନ୍ତି । ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଫାଇଦା । ସେଥି ମଧ୍ୟରୁ କେସର ଅନ୍ୟତମ । ଆପଣ କେସରର ପାଣି ମଧ୍ୟ ସେବନ କରିପାରିବେ । ଏହା କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ ତ୍ୱଚା ପାଇଁ ମଧ୍ୟ ଉପଯୋଗୀ । ତେବେ ଆସନ୍ତୁ ଜାଣିବା କେସର ପାଣିର ଫାଇଦା ବିଷୟରେ..
ତ୍ୱଚା ପାଇଁ ଖୁବ୍ ଉପଯୋଗୀ କେସର । ଏହା ତ୍ୱଚାରେ ଚମକ ଆଣିବା ସହ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଆଣ୍ଟିଅକ୍ସିଡେଣ୍ଟରେ ଭରପୁର କେସର, ଯାହା ଟକ୍ସିନକୁ ବାହାରକୁ ବହାର କରିଥାଏ । ଏହା ତ୍ୱଚାକୁ ହାଇଡ୍ରେଟ କରି ପୋଷଣ ଦେବାରେ ସହାୟକ ହୋଇଥାଏ । ନିୟମିତ ରୂପେ କେସରର ପାଣି ସେବନ କରିବା ଦ୍ୱାରା ଆପଣଙ୍କ ତ୍ୱଚାରେ ପ୍ରାକୃତିକ ରୂପେ ଚମକ ଆସିଥାଏ ।
ଯଦି ଆପଣଙ୍କ ହେବି ପିରିୟର୍ଡ ହେଉ ନାହିଁ ତେବେ କେସର ପାଣି ପିଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇ ପାରିବ । ଡେଟ୍ ର କିଛି ଦିନ ପୂର୍ବରୁ କେସର ପାଣି ପିଇବା ଦ୍ୱାରା ହେବି ପିରିୟର୍ଡସ ହେବାରେ ସହାୟକ ମିଳିବ । ଏହାଦ୍ୱାରା ପିରିୟର୍ଡସ ସମୟରେ ହେଉଥିବା ଯନ୍ତ୍ରଣା ମଧ୍ୟ ଦୂର ହୋଇପାରିବ ।
ଆଜିକାଲିର ସମୟରେ କେଶ ଝଡିବା ଏକ ସାଧାରଣ ସମସ୍ୟା । କିନ୍ତୁ କେଶ ଝଡିବାରୁ ରୋକିପାରେ କେସର ପାଣି । ଏଥିରେ ଆଣ୍ଟିଅକ୍ସିଡେଣ୍ଟ ରହିଛି ଯାହା କେଶକୁ ଝଡିବାରେ ରୋକିଥାଏ । ଏହା କେଶ ମୂଳ ମଜବୁତ ହେବା ସହ କେଶ ବଢିଥାଏ ।
ଅନେକ ଲୋକ ମିଠା ପ୍ରିୟ ଥାନ୍ତି । କିନ୍ତୁ ଲଗାତର ଭାବେ ମିଠା ବା ଚିନି ସେବନ ଉପରେ ନିୟନ୍ତ୍ରଣ ରଖିବା ନିହାତି ଜରୁରୀ । ସେଥିପାଇଁ ସକାଳୁ ସର୍ବପ୍ରଥମେ କେସର ପାଣି ପିଇବା ଦ୍ୱାରା ଆପଣଙ୍କୁ ସୁଗାର କ୍ରେଭିଙ୍ଗ କମ କରିବାରେ ସହାୟକ ମିଳିବ ।
ଏଥିପାଇଁ ୫ ରୁ ୭ ଟି କେସର ନିଅନ୍ତୁ ଏବଂ ତାକୁ ୧୦ ମିନିଟ୍ ପାଇଁ ଗରମ ପାଣିରେ ଭିଜାଇ ଦିଅନ୍ତୁ । ସେହି ପାଣିକୁ ନିୟମିତ ସକାଳୁ ଖାଲି ପେଟରେ ପିଅନ୍ତୁ ।