ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସକାଳୁ ଖାଲି ପେଟରେ ଦୁଇଟି କଦଳୀ ଖାଇବା ଦ୍ୱାରା ଶରୀରରେ ୩ଟି ବଡ ପରିବର୍ତ୍ତନ ହୋଇଥାଏ । ଦୁନିଆରେ ଅନେକ ପ୍ରାକୃତିକ ଜିନିଷ ଅଛି । ଯାହାକୁ ସେବନ କରିବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ । ସେଥିମଧ୍ୟରୁ ଗୋଟେ ଜିନିଷ ହେଉଛି କଦଳୀ । କଦଳୀରେ ମିନେରାଲ୍ସ, ପ୍ରୋଟିନ ଏବଂ ଭିଟାମିନ୍ସ ପ୍ରଚୁର ପରିମାଣର ରହିଥାଏ । ଯାହା ଶରୀର ପାଇଁ ବେଶ୍ ଉପଯୋଗୀ । ତେବେ ଆସନ୍ତୁ ଜାଣିବା ସକାଳୁ ଖାଲି ପେଟରେ କଦଳୀ ଖାଇବା ଦ୍ୱାରା କି କି ପ୍ରକାରର ଫାଇଦା ହୋଇଥାଏ ।
– ଯଦି ଆପଣ ନିୟମିତ ସକାଳୁ ଖାଲି ପେଟରେ ୨ ଟି କଦଳୀ ଖାଉଛନ୍ତି, ତେବେ ଏହାଦ୍ୱାରା ଆପଣଙ୍କ ପେଟରେ ଗ୍ୟାସ ସମସ୍ୟା ଦୂର ହୋଇଥାଏ । ଯାହାଫଳରେ ଆପଣଙ୍କ ପେଟ ସର୍ବଦା ସୁସ୍ଥ ରହିବା ସହ କୌଣସି ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇନଥାଏ ।
– ପତଳା ବ୍ୟକ୍ତି ବା ଯେଉଁ ବ୍ୟକ୍ତି ନିଜର ଓଜନ ବୃଦ୍ଧି କରିବାକୁ ଚାହୁଁଛନ୍ତି ତେବେ ସକାଳୁ ଖାଲି ପେଟରେ ଗୋଟେ ଗ୍ଲାସ ଖୀର ସହିତ ୨ଟି କଦଳୀ ସେବନ କରିବା ଉଚିତ୍ । ଏଭଳି କରିବା ଦ୍ୱାରା ବହୁତ ଶୀଘ୍ର ଆପଣଙ୍କ ଶରୀରରେ ପରିବର୍ତ୍ତନ ଆସିବ ।
– ଏହାବ୍ୟତିତ ଯଦି ଆପଣ ନିୟମିତ ସକାଳୁ ଖାଲି ପେଟରେ ୨ଟି କଦଳୀ ଖାଇବେ ତେବେ ଏହାଦ୍ୱାରା ଆପଣଙ୍କ ତ୍ୱଚାରେ ଥିବା ଦାଗ ଦୂର ହୋଇଯିବ । ଏହାସହିତ ଆପଣଙ୍କ ଚେହେରା ଚମକି ଉଠିବ । ସେଥିପାଇଁ ସକାଳୁ ଖାଲି ପେଟରେ କଦଳୀ ଖାଇବା ଆବଶ୍ୟକ ।