ମୁମ୍ବାଇ (ଏଟିଆର ବ୍ୟୁରୋ): ଆଜି ସକାଳ ମୁମ୍ବାଇ ବାସୀଙ୍କ ପାଇଁ କାଳ ସକାଳ ପାଲଟିଛି । ପ୍ରବଳ ବର୍ଷା ଯୋଗୁଁ ଅଂଧେରୀ ଷ୍ଟେସନ ପାଖ ଫୁଟ୍ ଓଭରବ୍ରିଜର ଏକ ଅଂଶ ଭୁଷୁଡି ପଡିଛି । ଏହାଫଳରେ ରେଲ ସେବାରେ ବଧାପ୍ରାପ୍ତ ସୃଷ୍ଟି ହୋଇଛି ।
ଏହି ଓଭରବ୍ରିଜ୍ ଭୁଷୁଡିବାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ମୁମ୍ବାଇ ପୋଲିସ କମିଶନରଙ୍କ ସହିତ ବର୍ତ୍ତାଳାପ କରିଛନ୍ତି । ସେ କହିଛନ୍ତି କି ଯେପରି ଟ୍ରାଫିକ୍ ସମସ୍ୟା ନଉପୁଜୁ ସେଥିଲାଗି ବସ୍ ର ସୁବଧା ବଢାଇ ଦିଆଯାଉ ।
ଏସଭି ରୋଡର ଏହି ବ୍ରିଜ୍ ଟି ଅଂଧେରୀ ଇଷ୍ଟ ଓ ଅଂଧେରୀ ୱେଷ୍ଟକୁ ସଂଯୋଗ କରେ । ପ୍ରତିଦିନ ଏହି ବ୍ରିଜ୍ ରେ ହଜାର ହଜାର ଲୋକ ଯାତାୟତ କରିଥାନ୍ତି । କିନ୍ତୁ ହଠାତ୍ ବ୍ରିଜ୍ଟି ଭୁଷୁଡିବା ପରେ ଲୋକମାନଙ୍କା ଯିବା ଆସିବା ଠପ୍ ହେବା ସହ ପାଶ୍ୱର୍ ରେଳ ଚଳାଚଳ ମଧ୍ୟ ବନ୍ଦ ରହିଛି ।
ଏହି ଘଟଣାରେ ୫ ଜଣ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଇ ଦିଆଯାଇଛି । ଏବଂ କେହି ବ୍ରିଜ୍ ତଳେ ଦାବି ହୋଇ ରହି ଯାଇଥିବା ଅନୁମାନ କରି ରେଳ ପ୍ରଶାସନ,ଆରପିଏଫ୍,ଜିଆରପି,ସିଟି ପୋଲିସ ଆଦି ସମସ୍ତେ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।