ସମ୍ବଲପୁର (ଏଟିଆର ବ୍ୟୁରୋ): ଆଉ ମାତ୍ର କେଇଟା ଦିନ ପରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏନେଇ ଆରମ୍ଭ ହୋଇ ଯାଇଛି ପ୍ରସ୍ତୁତି । ସେହିପରି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ହେବା ପାଇଁ ମନ୍ଦିରରେ ପହଁଚିଛି ନୂଆ ଧାନ । ଏହି ନୂଆ ଧାନରେ ମାଙ୍କଠାରେ ନବାନ୍ନ ଲାଗି ହେବ ।
ପ୍ରଥମେ ମା ସମଲେଶ୍ୱରୀଙ୍କଠାରେ ନବାନ୍ନ ଲାଗି ହେବା ପରେ ଯାଇ ପଶ୍ଚିବ ଓଡିଶାବାସୀ ନୂଆଁ ଖାଇବାର ପରମ୍ପରା ରହିଛି । ଗଣେଶ ପୂଜା ପର ଦିନ ତଥା ସେପ୍ଟମ୍ବର ୧୧ରେ ପଡୁଛି ନୂଅଁଖାଇ । ଏନେଇ ଧାର୍ଯ ହୋଇଛି ଶୁଭ ଲଗ୍ନ । ମା’ ସମଲେଶ୍ୱରୀଙ୍କ ପାଖରେ ସକାଳ ୧୦ ଟା ୧୫ ରୁ ୧୦ ଟା ୨୫ ଭିତରେ ନବାନ୍ନ ଲାଗି ହେବ ।