ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସିଛନ୍ତି ଦୁର୍ଗତିନାଶିନୀ ମା ଦୁର୍ଗା । ଚାଲିଛି ମାଙ୍କର ନବରାତ୍ରୀ ପୂଜା । ଏନେଇ ଚାରିଆଡେ ଉତ୍ସବର ମାହୋଲ । ହୋମ, ଯଜ୍ଞ ସହ ମନ୍ତ୍ର ଧ୍ୱନିରେ କମ୍ପୁଛି ପରିବେଶ ।
ଆଜି ମଣ୍ଡପରେ ମା ଦୁର୍ଗାଙ୍କର ଅଷ୍ଟମୀ ବା ମହାଷ୍ଟମୀ ପୂଜା ଚାଲିଛି । ଏହିଦିନ ମାଙ୍କଠାରେ ସନ୍ଧି ପୂଜା କରାଯାଏ । ଏଥିରେ ମାଙ୍କୁ ପଣା, ପାଣି କଖାରୁ ବଳି ଦିଆଯିବା ସହ ଚଣ୍ଡିପାଠ କରାଯିବାର ସ୍ୱତନ୍ତ୍ର ପରମ୍ପରା ରହିଛି । ମାଙ୍କ ନିକଟରେ ଅଷ୍ଟମୀ ପୂଜା କରିବା ପାଇଁ ମଣ୍ଡପଗୁଡିକରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ସକାଳ ସକାଳୁ ଭକ୍ତମାନେ ମାଙ୍କଠାରେ ଭୋଗ , ଦୀପ ଆଦି ଲଗାଇ ପୂଜା କରୁଛନ୍ତି ।
ଅନ୍ୟପଟେ ଶକ୍ତିପୀଠମାନଙ୍କରେ ମାଙ୍କର ମହାନବମୀ ପୂଜା ଚାଲିଛି ।