ପୁରୀ (ଏଟିଆର ବ୍ୟୁରୋ): ପୁରୀ ଶ୍ରୀନଅରରେ ସୁନିଆଁ ଉତ୍ସବ ପାଳିତ ହୋଇଛି । ଏହି ଅବସରରେ ଏକ ସମାରୋହରେ ଗଜପତି ମହାରାଜ ସିଂହାସନ ଆରୋହଣ କରିବା ପରେ ନୂତନ ଅଙ୍କ ବର୍ଷର ଘୋଷଣା ହୋଇଥିଲା । ଗଜପତି ମହାରାଜ ଦିବ୍ୟସିଂହଦେବଙ୍କ ରାଜତ୍ୱର ୧୪୨୯ ସାଲ ୬୪ ଅଙ୍କର ପ୍ରବେଶ ହୋଇଛି ।
ଗତକାଲି ସନ୍ଧ୍ୟାରେ ମଙ୍ଗଳାର୍ପଣ ପରେ ଶ୍ରୀନଅରରେ ସୁନିଆଁ ପର୍ବର ବିଶେଷ ନୀତି ଅନୁଷ୍ଠିତ ହୋଇଛି । ଏହି ଅବସରରେ ଗଜପତି ମହାରାଜଙ୍କ ଦ୍ୱାରା କନକଦୁର୍ଗା, ଶ୍ୟାମାକାଳୀ, ନୃସିଂହ, ରାଧାକୃଷ୍ଣ ଆଦି ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରିଛନ୍ତି ଗଜପତି ମହାରାଜ । ଏହାସହିତ ରାଜଗୁରୁ ଓ ଶାସନ ବ୍ରାହ୍ମଣମାନେ ଗଜପତି ମହାରାଜଙ୍କୁ ଆର୍ଶିବାଦ ପ୍ରଦାନ କରିବା ସହ ଭେଟି ପ୍ରଦାନ କରିଥିଲେ ।