ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚାଲିଛି ମହାଦେବଙ୍କ ପ୍ରିୟ ମାସ ଶ୍ରାବଣ । ବିଶ୍ୱାସ ରହିଛି କି ଏହି ମାସରେ ମହାଦେବଙ୍କୁ ବିଧି ବିଧାନ ସହ ପୂଜା କରିବା ଦ୍ୱାରା ବିଶେଷ କୃପା ପ୍ରାପ୍ତି ହୋଇଥାଏ । ମହାଦେବଙ୍କୁ ପୂଜା କରିବାର ଉତ୍ତମ ମାସ ହେଉଛି ଶ୍ରାବଣ । ମାନ୍ୟତା ରହିଛି କି ଭଗବାନ ଶିବ ଓ ମାତା ପାର୍ବତୀ ଶ୍ରାବଣ ମାସରେ ପୃଥ୍ୱିବୀ ଲୋକରେ ବିରାଜମାନ ରହି ତାଙ୍କ ଭକ୍ତଙ୍କର ସମସ୍ତ ଦୁଃଖ ଦୂର କରିବା ସହ ମନସ୍କାମନା ପୂରଣ କରିଥାନ୍ତି ।
ସେହିପରି ଧାର୍ମିକ ଶାସ୍ତ୍ର ଅନୁସାରେ ଶିବଙ୍କ ସହ ଜଡିତ କିଛି ଜିନିଷ ରହିଛି, ଯାହା ସ୍ୱପ୍ନରେ ଦୃଶ୍ୟମାନ ହେବା ଖୁବ୍ ଶୁଭ । ଯଦି ଶ୍ରାବଶ ମାସରେ ଭଗବାନ ଶିବଙ୍କ ସହ ଜଡିତ ସେହି ଜିନିଷ ସ୍ପପ୍ନରେ ଦେଖିବେ ତେବେ ଆପଣଙ୍କ ଉପରେ ଶିବଙ୍କ କୃପା ଲାଭ ହେବ ବୋଲି ଜାଣିବେ । ତେବେ ଆସନ୍ତୁ ଜାଣିବା ସେହି ଜିନିଷ
ଶିବଲିଙ୍ଗ ର ସ୍ୱପ୍ନ ଦେଖିବା ଅର୍ଥ ଏହା ଶିବ ଭକ୍ତିର ବିଶେଷ ଫଳ । କୁହାଯାଏ କି ସ୍ୱପ୍ନରେ ଶିବଲିଙ୍ଗ ଦେଖିବା ଅର୍ଥ ସ୍ୱୟଂ ଭୋଳାନାଥଙ୍କୁ ଦେଖିବା । ଏଭଳି ସ୍ୱପ୍ନ ଦେଖିବା ଦ୍ୱାରା ବହୁତ ଶୀଘ୍ର ଶୁଭ ଖବର ମିଳିପାରେ ।
ଶ୍ରାବଣ ମାସରେ ଯଦି କୌଣସି ବ୍ୟକ୍ତି ସ୍ୱପ୍ନରେ ନାଗ ଦେଖନ୍ତି ତେବେ ଏହା ଶୁଭ କାରଣ ନାଗ ଦେବତା ସ୍ୱପ୍ନରେ ଆସିବା ଧନ ବୃଦ୍ଧିର ସଂକେତ ।
ତ୍ରିଶୁଳ କୁ ତିନି ଶୁଳ ଅର୍ଥାତ କାମ, କ୍ରୋଧ ଓ ଲୋଭର କାରକ ବୋଲି କୁହାଯାଏ । ଶ୍ରାବଣ ମସରେ ସ୍ୱପ୍ନରେ ତ୍ରୀଶୁଳ ଦେଖିବା ଅର୍ଥ ଶିବଙ୍କ କୃପାରୁ ଆପଣଙ୍କର ସମସ୍ତ ରୋଗ ଦୂର ହେବ ।
ଶ୍ରାବଣ ମାସରେ ସ୍ୱପ୍ନରେ ଡମ୍ବୁରୁ ଦେଖିବା ଅର୍ଥ ଜୀବନରେ ସ୍ଥିରତା ଆସିବାର ସଂକେତ । ଏହାର ଅର୍ଥ ଆପଣଙ୍କ ଘରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ ।
ସ୍ୱପ୍ନରେ ନନ୍ଦି ମହାରାଜଙ୍କ ଦେଖିବା ଅର୍ଥ ଭଗବାନ ଆପଣଙ୍କ ଉପରେ ପ୍ରସନ୍ନ ହୋଇ ସମସ୍ତ କାର୍ଯ୍ୟକୁ ସିଦ୍ଧି କରିବାକୁ ଯାଉଛନ୍ତି ।