ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଦଶୀକୁ ଅନନ୍ତ ଚତୁର୍ଦଶୀ ଭାବେ ପାଳନ କରାଯାଏ । ସେହିଅନୁଯାୟୀ ଆଜି ହେଉଛି ଅନନ୍ତ ଚତୁର୍ଦଶୀ । ଏହିଦିନ ଗଣପତି ମହାରାଜଙ୍କୁ ବିଦା କରାଯାଇଥାଏ । ସେହିପରି ଭଗବାନ ବିଷ୍ଣୁଙ୍କ ପୂଜାର୍ଚ୍ଚନା ପାଇଁ ମଧ୍ୟ ଏହିଦିନର ବିଶେଷ ମହତ୍ୱ ରହିଛି । ଏହିଦିନ ଲୋକେ ବ୍ରତ ରଖି ଭଗବାନ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରନ୍ତି । ଏହିଦିନ ଖୁବ୍ ମଙ୍ଗଳକାରୀ ।
ଏହାସହିତ ଏଥରକ ଅନନ୍ତ ଚତୁର୍ଦଶୀରେ ବୁଦ୍ଧାଦିତ୍ୟ ଯୋଗ ପଡୁଛି । ଯାହା ଭକ୍ତଙ୍କ ପାଇଁ ଅତ୍ୟନ୍ତ ଶୁଭଫଳଦାୟୀ । ଏହି ଅବସରରେ ମଙ୍ଗଳ, ବୁଧ, ଏବଂ ସୂର୍ଯ୍ୟ କନ୍ୟା ରାଶିରେ ବିରାଜମାନ ରହିବେ । ସେଥିପାଇଁ ଏହିଦିନ ବୁଦ୍ଧାଦିତ୍ୟ ଯୋଗ ହେଉଛି । ଏହି ଯୋଗରେ ପୂଜାର୍ଚ୍ଚନା କରିବା ଦ୍ୱାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ ।
ଅନନ୍ତ ଚତୁର୍ଦଶୀ ନାମ ଅନୁଯାୟୀ ଏହିଦିନ ଭଗବାନ ବିଷ୍ଣୁ ଅନନ୍ତ ସୂତ୍ର ବନ୍ଧା ଯାଇଥାଏ । କପଡା, ସୂତା ଏବଂ ରେଶମରେ ଏହି ଅନନ୍ତ ସୂତ୍ର ତିଆରି କରାଯାଇଥାଏ । ପୂଜା ପରେ ଏହି ସୂତାକୁ ନିଜ ବାହୁରେ ବନ୍ଧା ଯାଇଥାଏ । ଧାର୍ମିକ ମାନ୍ୟତା ଅନୁସାରେ ଏହି ସୂତାକୁ ବାନ୍ଧିବା ଦ୍ୱାରା ସମସ୍ତ ବାଧାରୁ ମୁକ୍ତି ମିଳିଥାଏ ।