ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚାପଗ୍ରସ୍ତର ପ୍ରଭାବ ସର୍ବଦା ମାନସିକ ଏବଂ ଶରୀରିକ ସ୍ୱାସ୍ଥ୍ୟ ଉପରେ ପଡିଥାଏ । ଦେଶରେ ଏବେ ଲୋକଙ୍କର ଚାପଗ୍ରସ୍ତର ସ୍ତର ବଢିଯାଇଛି । କେବଳ ବୟସ୍କ ନୁହନ୍ତି ଛୋଟ ଛୋଟ ଶିଶୁ ମଧ୍ୟ ଏହାର ଶିକାର ହେଉଛନ୍ତି । ସେଣ୍ଟର ଅଫ୍ ହିଲିଙ୍ଗର ଗବେଷଣା ଅନୁଯାୟୀ ୭୪ ପ୍ରତିଶତ ଭାରତୀୟ କେବଳ ଚାପଗ୍ରସ୍ତ କଥା କହିଛନ୍ତି । ସେହିପରି ୮୮ ପ୍ରତିଶତ ଲୋକ ଏଂଗ୍ଜାଇଟ୍ ର ଅଭିଯୋଗ କରିଛନ୍ତି । ଅନେକ ଲୋକଙ୍କ ମତରେ ଘରେ ଚାପକୁ ନିୟନ୍ତ୍ରଣ କରି ହେବନାହିଁ । କିନ୍ତୁ ଆପଣ ଚାହିଁଲେ ଏହାକୁ ନିୟନ୍ତ୍ରଣ କରି ପାରିବେ ।
ଚାପମୁକ୍ତ ହେବା ପାଇଁ ଆପଣଙ୍କ ଦୈନିକ ଜୀବନଶୈଳୀ ପରିବର୍ତ୍ତନ କରିବାକୁ ହେବ । ସୁସ୍ଥ ଖାଦ୍ୟ ସେବନ ସହିତ ବ୍ୟାୟାମର ଅଭ୍ୟସ୍ତ କରିବାକୁ ହେବ । ଘରେ ଚଲାଚଲି ଆରମ୍ଭ କରିବା ଦ୍ୱାରା ଆପଣଙ୍କ ଇଣ୍ଡୋର୍ଫିନର ସ୍ତର ବଢିବ ଏବଂ ଚାପ ହ୍ରାସ ପାଇବ । ଏହାସହିତ ଖାଦ୍ୟରେ ତାଜା ଫଳ ଏବଂ ପନିପରିବା ସାମିଲ କରିବାକୁ ହେବ ।
ଜୀବନରେ ରୁଟିନ୍ ତିଆରି କରିବା ନିହାତି ଜରୁରୀ । ଚାପକୁ କମ କରିବା ପାଇଁ ରୁଟିନ୍ ଫଲୋ କରନ୍ତୁ । ଏହାଦ୍ୱାରା ଆପଣ ବ୍ୟସ୍ତ ବି ରହିବେ ଏବଂ ନିୟମ ବି ମାନିବେ ।
ଚାପମୁକ୍ତ ପାଇଁ ଧ୍ୟାନ ଅର୍ଥାତ ମେଡିଟେସନର ଅଭ୍ୟାସ କରିବାକୁ ହେବ । ନିଜ ପାଇଁ ସମୟ ବାହାର କରି ମେଡିଟେସନ ପ୍ରତି ଗୁରୁତ୍ୱ ଦିଅନ୍ତୁ ।
ଏକ୍ସପର୍ଟଙ୍କ ଅନୁଯାୟୀ ଆପଣ ଯେଉଁ କାମରେ ନିପୁଣ ସେହି କାମ କରନ୍ତୁ ତାହା ଜରିଆରେ ଆପଣ ଚାପରୁ ବାହାରକୁ ବାହାରି ପାରନ୍ତି ।