ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରିଅଲମି, ସାଓମି ଏବଂ ସାମସଙ୍ଗ ପରେ ବର୍ତ୍ତମାନ ଓପୋ ମଧ୍ୟ ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି। ଓପୋ ର ଦୁଇଟି ସ୍ମାର୍ଟଫୋନ୍ ଓପୋଏ୫୪ ଏବଂ ଓପୋଏଫ୧୯ ଭାରତରେ ମହଙ୍ଗା ହୋଇଛି । ଏହି ଦୁଇଟି ଫୋନର ମୂଲ୍ୟ ୧,୦୦୦ ଟଙ୍କା ବୃଦ୍ଧି ପାଇଛି। ଓପୋଏ୫୪ ଏବଂ ଓପୋଏଫ୧୯ ଚଳିତ ବର୍ଷ ଏପ୍ରିଲରେ ଭାରତରେ ଲଞ୍ଚ କରାଯାଇଥିଲା । ଏହି ଫୋନ୍ ଗୁଡିକ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ଏବଂ ପଞ୍ଚହୋଲ୍ ଡିସପ୍ଲେ ସହିତ ଆସିଥାଏ ।
ଓପୋଏ୫୪ ର ୪ ଜିବି ର୍ୟାମ ଏବଂ ୬୪ ଜିବି ଷ୍ଟୋରେଜ୍ର ମୂଲ୍ୟ ବର୍ତ୍ତମାନ ୧୪,୯୯୦ ଟଙ୍କାକୁ ବୃଦ୍ଧି ପାଇଛି, ଯାହା ପୂର୍ବରୁ ୧୩,୯୯୦ ଟଙ୍କା ଥିଲା । ଏହି ଫୋନ୍ ପ୍ରାରମ୍ଭିକ ମୂଲ୍ୟରେ ୧୩,୪୯୦ ଟଙ୍କା ମୂଲ୍ୟରେ ଲଞ୍ଚ କରାଯାଇଥିଲା। ଫୋନର ୪ ଜିବି ର୍ୟାମ ଏବଂ ୧୨୮ ଜିବି ଷ୍ଟୋରେଜ୍ର ମୂଲ୍ୟ ବର୍ତ୍ତମାନ ୧୫,୯୯୦ ଟଙ୍କା ଏବଂ ୬ ଜିବି ର୍ୟାମ ସହିତ ୧୨୮ ଜିବି ଷ୍ଟୋରେଜ୍ର ମୂଲ୍ୟ ବର୍ତ୍ତମାନ ୧୬,୯୯୦ ଟଙ୍କାକୁ ବୃଦ୍ଧି ପାଇଛି । ନୂଆ ମୂଲ୍ୟ ସହିତ ଫ୍ଲିପକାର୍ଟ ଏବଂ ଓପୋର ଅନଲାଇନ୍ ଷ୍ଟୋର୍ରେ ଫୋନ୍ ଉପଲବ୍ଧ । ଏଥି ସହିତ, ଓପୋଏଫ୧୯ ର ୬ ଜିବି ର୍ୟାମ ଏବଂ ୧୨୮ ଜିବି ଷ୍ଟୋରେଜ୍ ମୂଲ୍ୟ ୧୯,୯୯୦ ଟଙ୍କାକୁ ବୃଦ୍ଧି ପାଇଛି, ଯାହା ପୂର୍ବରୁ ୧୮,୯୯୦ ଟଙ୍କା ଥିଲା ।