ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମହାମାରୀ କରେନା ପାଇଁ ଗତବର୍ଷ ମାର୍ଚ୍ଚ ମାସରୁ କିଛି ମାସ ପର୍ଯ୍ୟନ୍ତ ଦେଶବ୍ୟାପି ଲକଡାଉନ୍ ଲାଗୁ କରାଯାଇଥିଲା । ଏହି ସମୟରେ ସମସ୍ତ କ୍ଷେତ୍ରରେ କଟକଣା ଥିଲା । ସେହିଅନୁଯାୟୀ ରେଲୱେ ଷ୍ଟେସନରେ ମିଳୁଥିବା ପ୍ଲାଟଫର୍ମ ଟିକେଟ ବିକ୍ରି ମଧ୍ୟ ବନ୍ଦ ହୋଇଯାଇଥିଲା । ଏବେ ପୁର୍ନବାର ପୁଣି ଏହି ଟିକେଟ ବିକ୍ରି ଆରମ୍ଭ ହୋଇଛି । କିନ୍ତୁ ଏହାର ଦାମ୍ ପୂର୍ବ ତୁଳନାରେ ତିନି ଗୁଣା ହୋଇଯାଇଛି ।
ସୂଚନାଯୋଗ୍ୟ, ପୂର୍ବରୁ ପ୍ଲାଟଫର୍ମ ଟିକେଟ ୧୦ ଟଙ୍କା ଥିଲା କିନ୍ତୁ ଏବେ ଏହା ୩୦ ଟଙ୍କା ହୋଇ ଯାଇଛି । ଯାହା ଲୋକଙ୍କ ପାଇଁ ସମସ୍ୟା ହୋଇପାରେ ।
ଯେତେବେଳେ ସ୍ପେଶାଲ ଟ୍ରେନ୍ ଗୁଡିକର ପରିଚାଳନା ଆରମ୍ଭ ହେଲା ସେତେବେଳେ କରୋନା ଗାଇଡଲାଇନ ଅନୁଯାୟୀ ଯାତ୍ରୀଙ୍କ ବ୍ୟତିତ ଅନ୍ୟ କାହାରିକୁ ଷ୍ଟେସନ ପରିସରକୁ ଯିବା ପାଇଁ ଅନୁମତି ନଥିଲା । ଅବଶ୍ୟ ଏବେ ଏଥିପାଇଁ ଅନୁମତି ମିଳିଯାଇଛି । ଅନ୍ୟ ଲୋକ ବି ଷ୍ଟେସନ ପରିସରରେ ପ୍ରବେଶ କରିପାରିବେ କିନ୍ତୁ ପ୍ଲାଟଫର୍ମ ଟିକେଟ ପାଇଁ ତାଙ୍କୁ ତିନି ଗୁଣା ଟଙ୍କା ଦେବାକୁ ହେବ ।