ପୁରୀ (ଏଟିଆର ବ୍ୟୁରୋ): ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣା ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି । ଶ୍ରୀନଅର ଠାରୁ ଶ୍ରୀମନ୍ଦିର ଯାଏଁ ଶ୍ରୀମନ୍ଦିରକୁ ଚାଲି ଚାଲି ଯାଇ କାଳିଆକୁ ଦର୍ଶନ କରିଛନ୍ତି । ତାଙ୍କ ସହିତ ୫-ଟି ସଚିବ ଭିକେ ପାଣ୍ଡିଆନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ପୁରୀ ଜିଲ୍ଲାପାଳ, ଏସପି, ଛତିଶା ନିଯୋଗ ସେବାୟତ ପ୍ରତିନିଧି ଉପସ୍ଥିତ ଥିଲେ ।
ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ ପୁରୀ ଅଭିମୁଖେ ଯାତ୍ରା କରିଥିଲେ ପ୍ରଧାନ ବିଚାରପତି ଏନ.ଭି ରମଣା । ସେଠାରେ ପହଁଚିବା ପରେ ୫-ଟି ସଚିବ ଭି.କେ ପାଣ୍ଡିଆନ ତାଙ୍କୁ ସ୍ୱତନ୍ତ୍ର ଭାବେ ସ୍ୱାଗତ କରିଥିଲେ । ଏହାପରେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ, ଜିଲ୍ଲାପାଳ, ଏସପି ମଧ୍ୟ ତାଙ୍କୁ ସ୍ୱାଗତ ଜଣାଇଥିଲେ । ପୁଣି ରାତି ପ୍ରାୟ ୧୧ଟା ସମୟରେ ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ ବୁଲି ଦେଖିଥିଲେ ପ୍ରଧାନ ବିଚାରପତି ।