ସମ୍ବଲପୁର (ଏଟିଆର ବ୍ୟୁରୋ): ହୀରାକୁଦ ଡ୍ୟାମରୁ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ଛଡାଯାଇଛି । ୨ ଗେଟ୍ ଦେଇ ପ୍ରଥମ ପର୍ଯ୍ୟାୟ ଜଳ ନିଷ୍କାସିତ ହୋଇଛି । ବିଧି ମୁତାବକ ପୁଜାର୍ଚ୍ଚାନା କରାଯିବା ପରେ ଡ୍ୟାମର ୭ ଏବଂ ୮ ନଂ ଗେଟ ଖୋଲାଯାଇ ବନ୍ୟା ଜଳ ନିଷ୍କାସିତ କରାଯାଇଛି ।
ହୀରାକୁଦ ଡ୍ୟାମର ଜଳ ସ୍ତର ଗେଟ ଖୋଲିଲା ବେଳକୁ ୬୦୯.୪୮ ଫୁଟ ରହିଥିଲା । ଆଉ କେତୋଟି ଗେଟ୍ ଖୋଲାଯିବ ପରବର୍ତ୍ତି ସମୟରେ ତାହା ନିଷ୍ପତି ନିଆଯିବ ବୋଲି ଡ୍ୟାମ କର୍ତ୍ତୃପକ୍ଷ କହିଛନ୍ତି ।
ସେପଟେ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଉଥିବାରୁ ତଳମୁଣ୍ଡର ୧୨ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।