ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବେଳେ ବେଳେ ଦେବା-ଦେବୀଙ୍କ ପ୍ରତି ହୋଇଥିବା ଅପରାଧ ଯୋଗୁଁ ମଣିଷ ଜୀବନରେ ଅନେକ ଦୁଃଖ ଏବଂ ସମସ୍ୟାର ସମୁଖୀନ ହେବାକୁ ପଡିଥାଏ । ଏହାଦ୍ୱାରା ବ୍ୟକ୍ତି କରଜରେ ବୁଡିକି ରହିଥାନ୍ତି । ତାହାସହିତ ଘରର କଳହ ବୃଦ୍ଧି,ରୋଗ ବ୍ୟାଧି ଲାଗି ରହିଥାଏ । ଏହିଭଳି ଭାବେ ଅନେକ ସମସ୍ୟା ଘେରି ହୋଇ ରହିଥାଏ । ଆଜି ଆମେ ଆପଣଙ୍କୁ ଏଭଳି କିଛି ଉପାୟ କହିବାକୁ ଯାଉଛୁ, ଯାହାକୁ ଆପଣାଇଲେ ମା’ ଲକ୍ଷ୍ମୀ ପ୍ରଶନ୍ନ ହୋଇ ସ୍ୱୟଂ ଆପଣଙ୍କ ଘରେ ବିରାଜମାନ କରିବେ ।
– ଆପଣ ସକାଳ ନିତ୍ୟକ୍ରମ ସାରି ମା’ ଲକ୍ଷ୍ମୀଙ୍କୁ ପୂଜନ କରନ୍ତୁ ଏବଂ ଘରର ମୁଖ୍ୟ ଦ୍ୱାରର ଡାହାଣ ପଟେ ଏକ ଘିଅ ଦୀପ ଜଳାନ୍ତୁ ।
– ଘରର ମୁଖ୍ୟ ଦ୍ୱାରରେ ଗଣେଶ ଭଗବାନଙ୍କ ଫଟୋ ଲଗାଇବା ଦ୍ୱାରା ଧନ ସମୃଦ୍ଧି ଲାଭ ହୋଇଥାଏ ।
– ପ୍ରତିଦିନ ବୃନ୍ଦବତୀ ପୂଜା ଏବଂ ଗୋମାତାଙ୍କ ସେବା କରିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରଶନ୍ନ ହୋଇଥାନ୍ତି । ଯାହାଫଳରେ ସର୍ବଦା ମା’ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିଥାଏ ।