ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାର ସମସ୍ତ ଅଫିସରଙ୍କ ଛୁଟି ବାତିଲ କରାଯାଇଛି । ୨୫ ଏବଂ ୨୬ ତାରିଖରେ କେହି ବି ଛୁଟିରେ ରହିବେ ନାହିଁ । ସମସ୍ତ ଅଫିସରମାନେ ଜରୁରୀ ପରିସ୍ଥିତିର ସାମ୍ନା କରିବା ପାଇଁ ହେଡକ୍ୱାଟର୍ସରେ ରହିବେ । ବିନା ଅନୁମତିରେ ହେଡକ୍ୱାଟର୍ସ ଛାଡିବା ମନା । ଏନେଇ ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ।
ବାତ୍ୟା ପ୍ରଭାବରେ ୨୫ ରୁ ୨୬ ତାରିଖ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏହାସହିତ ବାତ୍ୟାକୁ ମୁକାବିଲା କରିବ ଲାଗି ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯବା ସହ ସତର୍କ ରହିବା ପାଇଁ କୁହାଯାଇଛି ।