ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୟୁଏଇ ର ରାଜଧାନୀ ଆବୁଧାବି ରେ ନିର୍ମାଣ ହେଉଛି ଦ୍ୱିତୀୟ ହିନ୍ଦୁ ମନ୍ଦିର । ଏଠାରେ ଭବ୍ୟ ରାମ ମନ୍ଦିର ନିର୍ମାଣ କରାଯାଉଛି । କୁହାଯାଉଛି କି ଏହି ମନ୍ଦିର ପାଖାପାଖି ଅଯୋଧ୍ୟାର ରାମମନ୍ଦିର ଭଳି ଭବ୍ୟ ହେବ ।
ଏହି ମନ୍ଦିର ଏତେ ଶକ୍ତିଶାଳୀ ହେବ ଯେ ଅତି କମରେ ୧୦୦୦ ବର୍ଷ ପର୍ୟ୍ୟନ୍ତ କିଛି ଖରାପ ହେବ ନାହିଁ ବିଏପିଏସ ହିନ୍ଦୁ ମନ୍ଦିର ଆବୁଧାବି ପ୍ରକଳ୍ପର ମନ୍ଦିର କୋର ଦଳର ସଦସ୍ୟ କହିଛନ୍ତି ଯେ ଏହି ହିନ୍ଦୁ ମନ୍ଦିରର ବୟସ ଅତି କମରେ ଏକ ହଜାର ବର୍ଷ ହେବ।
୨. ଖାଲିଜ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଭୂପୃଷ୍ଠରୁ ଏକ ମିଟର ତଳେ ବାଲୁକା ପଥରର ଏକ ମୋଟା ସ୍ତର ରଖି ଭିତ୍ତିପ୍ରସ୍ତର ପ୍ରସ୍ତୁତ ହେଉଛି। ଶହ ଶହ ଇଞ୍ଜିନିୟରଙ୍କ ଏକ ଟିମ୍ ଏହି ମହାନ ମନ୍ଦିରର ନିର୍ମାଣ କାର୍ୟ୍ୟରେ ନିୟୋଜିତ ଅଛନ୍ତି।
୩. ମନ୍ଦିରରେ ସ୍ଥାପନ ହେବାକୁ ଥିବା ଧଳା ମାର୍ବଲ ପଥର ଉପରେ ସ୍ୱତନ୍ତ୍ର ଡିଜାଇନ୍ ପ୍ରସ୍ତୁତ କରାଯିବ, ଯେଉଁଥିପାଇଁ ଭାରତରୁ କାରିଗରମାନଙ୍କୁ ଡକାଯିବ । ଏହି ମନ୍ଦିରଟି ସମ୍ପୂର୍ଣ୍ଣ ପଥରରେ ନିର୍ମିତ ହେଉଛି ।
୪. ମନ୍ଦିର ନିର୍ମାଣ କମିଟି ବିଏପିଏସ କହିଛି ଯେ ଏହି ମନ୍ଦିର ନିର୍ମାଣ ପାଇଁ ପ୍ରାୟ ୮୮୮ କୋଟି ଟଙ୍କା ଖର୍ଚ୍ଚ ହେବ।
୫. ମନ୍ଦିରର ନିର୍ମାଣ କାର୍ୟ୍ୟରେ, ୧୦ ଟି ଦେଶର ୩୦ ଜଣ ବୃତ୍ତିଗତ ଇଞ୍ଜିନିୟର ୫୦୦୦ ଘଣ୍ଟା କାମ କରିବା ପରେ ମନ୍ଦିରର ଏକ ୩ଡି ମଡେଲ୍ ପ୍ରସ୍ତୁତ କରିଛନ୍ତି । ଏଥିରେ ୩୦୦ ସେନ୍ସର ବ୍ୟବହାର କରାଯିବ । ମନ୍ଦିରର ମଡେଲ ପ୍ରସ୍ତୁତ କରିବା ପାଇଁ ଅନେକ ଭିନ୍ନ ସଫ୍ଟୱେୟାର ବ୍ୟବହାର କରାଯାଇଛି ।