ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ସପ୍ତାହର ପ୍ରତ୍ୟେକ ଦିନ ର ଅଲଗା ଅଲଗା ମହତ୍ୱ ରହିଛି । ପ୍ରତ୍ୟେକ ଦିନ ବିଭିନ୍ନ ଦେବା-ଦେବୀଙ୍କୁ ସମର୍ପିତ କରାଯାଇଛି । ସେହିପରି ଗୁରୁବାର ଭଗବାନ ବିଷ୍ଣୁ ଏବଂ ବୃହସ୍ପତି ଦେବଙ୍କୁ ସମର୍ପିତ କରାଯାଇଛି ।
ଗୁରୁବାର ଦିନ ବିଷ୍ଣୁ ଭଗବାନଙ୍କ ସହିତ ବୃହସ୍ପତିଙ୍କୁ ବିଧିବିଧାନର ସହ ପୂଜା କରାଯାଇଥାଏ । ଏହାସହିତ ଏହିଦିନ ଭଗବାନ ବିଷ୍ଣୁଙ୍କ ସହିତ ବୃହସ୍ପତି ଦେବଙ୍କ ପୂଜା ଓ ଆରତୀ ମଧ୍ୟ କରିବା ଉଚିତ୍ ।
କୁହାଯାଏ କି ଗୁରୁବାର ଦିନ ଶ୍ରୀହରି ବିଷ୍ଣୁଙ୍କ ଆରତୀ ପରେ ବୃହସ୍ପତି ଦେବଙ୍କ ଆରତୀ କରିବା ଦ୍ୱାରା ଜାତକରେ ଗ୍ରହ ଦଷା ଠିକ ହୋଇଯାଏ ।