ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁଧର୍ମରେ ତୁଳସୀ ବୃକ୍ଷକୁ ପବିତ୍ର ବୋଲି କୁହାଯାଇଥାଏ । ସେଥିପାଇଁ ଧର୍ମାନୁଷ୍ଠାନଠୁ ନେଇ ପ୍ରତ୍ୟେକ ଘର, ତୀର୍ଥସ୍ଥାନ ଆଦି କ୍ଷେତ୍ରମମାନଙ୍କରେ ତୁଳସୀ ବୃକ୍ଷ ରହିଥାଏ ଏବଂ ସେହି ବୃକ୍ଷକୁ ପୂଜା ମଧ୍ୟ କରାଯାଇଥାଏ । ପୁରାଣ ଅନୁସାରେ ତୁଳସୀ ପତ୍ର ଛିଡାଇବାର କିଛି ନିୟମ ରହିଛି ଏବଂ ଯଦି ସେହି ନିୟମ ପାଳନ ନକରନ୍ତି ତେବେ ତାର ଖରାପ ପ୍ରଭାବ ଦେଖିବାକୁ ମିଳିଥାଏ । ତେବେ ଆସନ୍ତୁ ଜାଣିବା ତୁଳସୀ ପତ୍ର ଛିଡାଇବା ସମୟରେ କେଉଁ ଭୁଲ କରିବା ଉଚିତ୍ ନୁହେଁ ।
କୌଣସି ଏକାଦଶୀ, ରାତ୍ରି ସମୟ, ରବିବାର, ଚନ୍ଦ୍ର ଗ୍ରହଣ ଏବଂ ସୂର୍ଯ୍ୟ ଗ୍ରହଣ ରେ ତୁଳସୀ ପତ୍ର ଛିଡାଇବା ପାପ ବୋଲି କୁହାଯାଇଥାଏ । ମାନ୍ୟତା ରହିଛି କି ଏହି ଦିନ ମାନଙ୍କରେ ତୁଳସୀ ପତ୍ର ଛିଡାଇବା ଦ୍ୱାରା ପୂଜାର ଫଳ ପ୍ରାପ୍ତି ହୋଇନଥାଏ ଏବଂ ଘରକୁ ଦୁର୍ଭାଗ୍ୟ ଆସିଥାଏ ।
ଯଦି ଆପଣଙ୍କ ଘରେ ତୁଳସୀ ବୃକ୍ଷ ଥିବ ତେବେ ତାକୁ ବିଲକୁଲ ଅନ୍ଧାରରେ ରଖିବେ ନାହିଁ, ଖୋଲା ସ୍ଥାନରେ ରଖିବା ଉଚିତ୍ ଏବଂ ସନ୍ଧ୍ୟା ସମୟରେ ତା ମୂଳରେ ଏକ ଦୀପ ଜାଳିବା ଉଚିତ୍ । ସେହିପରି ତଳସୀ ପତ୍ର ଛିଡାଇବା ସମୟରେ ସର୍ବଦା ହାତ ଯୋଡି ଅନୁମତି ନେବା ଉଚିତ୍ । ନଖରେ ତୁଳସୀ ପତ୍ର ଛିଡାଇବା ଉଚିତ୍ ନୁହେଁ । ଏହାସହିତ ବିନା କାରଣରେ ତୁଳସୀ ପତ୍ର ଛିଡାଇବା ଉଚିତ୍ ନୁହେଁ ।