ଜଗତସିଂହପୁର (ଏଟିଆର ବ୍ୟୁରୋ): ବିଭିନ୍ନ ଶକ୍ତିପୀଠରେ ଆଜି ପାଳିତ ହେଉଛି ମାଙ୍କର ମହାଷ୍ଟମୀ । ସେହିପରି ଜଗତସିଂହପୁର ଜିଲ୍ଲା ମା ଶାରଳାଙ୍କ ପୀଠରେ ପାଳିତ ହେଉଛି ମହାଷ୍ଟମୀ । ଏହି ଅବସରରେ ମାଙ୍କର ଆଜି ମହିର୍ଷା ମର୍ଦ୍ଦିନୀ ବେଶ ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗହଳି ନହେବା ପାଇଁ ମାଙ୍କ ପୀଠରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜିଠୁ ତିନି ଦିନ ଯାଏଁ ୧୪୪ ଧାରା ଜାରି କରାଯାଇଛି । ମନ୍ଦିରରେ କେବଳ ମାଙ୍କ ନୀତିକାନ୍ତି ପାଇଁ ପୂଜକ, ସେବକ ଆଦି ଉପସ୍ଥିତ ରହିବେ । ସରକାରଙ୍କ ନିୟମ ୍ରନୁଯାୟୀ ଗୋଟେ ସ୍ଥାନରେ ଚାରିରୁ ଅଧିକ ବ୍ୟକ୍ତି ଏକାଠି ହୋଇପାରିବେ ନାହିଁ । କମ୍ ସଂଖ୍ୟକ ପୂଜକଙ୍କୁ ନେଇ ନୀତିକାନ୍ତି ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।