ଭୁବନେଶ୍ୱର (ଏଟିଆର ବ୍ୟୁରୋ): ନବରାତ୍ରୀର ଅନ୍ତିମ ଦିନକୁ ମହାନବମୀ ଭାବେ ଭାବେ ପାଳନ କରାଯାଏ । ଏହିଦିନ ଦେବୀ ଦୁର୍ଗାଙ୍କ ନବମ ସ୍ୱରୂପ ସିଦ୍ଧିଦାତ୍ରୀଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ତାଙ୍କୁ ଆଦିଶକ୍ତି ଭଗବତି ନାମରେ ମଧ୍ୟ ଜଣାଯାଇଥାଏ । ମାନ୍ୟତ ରହିଛି କି ମା ସିଦ୍ଧିଦାତ୍ରୀ ବିଧିପୂର୍ବକ ପୂଜାର୍ଚ୍ଚନା କରିବା ଦ୍ୱାରା ଭକ୍ତଙ୍କୁ ସିଦ୍ଧି ପ୍ରାପ୍ତ ହୋଇଥାଏ ଏବଂ ମୋକ୍ଷ ମିଳିଥାଏ । କୁହାଯାଏ ମହାନବମୀ ବ୍ରତ ରଖିବା ଦ୍ୱାରା ସବୁଠାରୁ ଅଧିକ ପୂଣ୍ୟ ଲାଭ ହୋଇଥାଏ ।
ଚାରି ଭୂଜ ବିଷିଷ୍ଟ ମା ସିଦ୍ଧିଦାତ୍ରୀ ଲାଲ ରଙ୍ଗର ଶାଢୀ ପିନ୍ଧି ପଦ୍ମଫୁଲ ଉପରେ ବିରାଜମାନ । ତାଙ୍କ ଡାହାଣ ପଟ ନିମ୍ନ ହସ୍ତରେ ଚକ୍ର, ଉପର ହସ୍ତରେ ଗଦା, ବାମ ପଟର ନିମ୍ନ ହସ୍ତରେ ଶଙ୍ଖ ଏବଂ ଉପର ହସ୍ତରେ ପଦ୍ମଫୁଲ ରହିଛି । ଦେବୀପୁରାଣ ଅନୁସାରେ, ଭଗବାନ ଶିବ , ମା ସିଦ୍ଧିଦାତ୍ରୀଙ୍କ ତପସ୍ୟା କରିବା ପରେ ତାଙ୍କୁ ସିଦ୍ଧି ପ୍ରାପ୍ତ ହୋଇଥିଲା । ଦେବୀ ମାଙ୍କ ଆର୍ଶିବାଦ ଯୋଗୁଁ ଭଗବାନ ଶିବ ଅର୍ଦ୍ଧନାରୀଶ୍ୱର ରୂପେ ଜଣାଗଲେ ।
ମହାନବମୀରେ ସିଦ୍ଧିଦାତ୍ରୀଙ୍କ ପୂଜାରେ ସିଦ୍ଧିଦାତ୍ରୀଙ୍କ ମନ୍ତ୍ର ୟା ଦେବି ସର୍ବଭୁତେଷୁ ସିଦ୍ଧିରୂପେଣ ସଂସ୍ତିତା , ନମତସୈ, ନମତସୈ, ନମତସୈ ନମୋ ନମଃ ।