ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜଣାଶୁଣା ମଶୁର କମେଡିଆନ କପିଲ ଶର୍ମା ତାଙ୍କ ସୋ’ର ତୃତୀୟ ସିଜିନ୍ ସହିତ ପୁଣି ଥରେ ଟିଭି ଜଗତକୁ ବ୍ୟାକ୍ କରିଛନ୍ତି । ଦି କପିଲ ଶର୍ମା ସୋ’ ବନ୍ଦ ହେବା ଖବର ଆସିବା ପରେ କପିଲଙ୍କ ଫ୍ୟାନ୍ସମାନେ ଦୁଃଖୀ ହୋଇଯାଇଥିଲେ । କିନ୍ତୁ କପିଲ କହିଥିଲେ କି ସେ ଖୁବ୍ ଶୀଘ୍ର ନୂତନ ଅନ୍ଦାଜରେ ଫେରିବେ । ଏବେ ସେ ତାଙ୍କ କଥା ରଖିବା ସହିତ ସୋ’କୁ ଫେରିଛନ୍ତି ।
କପିଲ ଏକ ଭିଡିଓରେ ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ କହିଛନ୍ତି । ସେ କହିଛନ୍ତି କି, ଅଣ୍ଟା ଯନ୍ତ୍ରଣା ଯୋଗୁଁ ତାଙ୍କୁ ସୋ’କୁ ବନ୍ଦ କରିବାକୁ ପଡିଥିଲା । ମୁଁ ସେହି ସମୟରେ ଅସହାୟ ମନେ କରୁଥିଲି । ପ୍ରଥମ ଥର ପାଇଁ ୨୦୧୫ ରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ସହି ସମୟରେ ମୁଁ ୟୁଏସରେ ଥିଲି ଏବଂ ମୋ ଅଣ୍ଟା ବିଷୟରେ ଜାଣିପାରିନଥିଲେ । ଅଧିକ ଯନ୍ତ୍ରଣା ହେବା ଯୋଗୁଁ ମୁଁ ଡାକ୍ତରଙ୍କୁ ପରାମର୍ଶ କରିଥିଲେ ସେ ମେଡିସିନ୍ ଦେଇଥିଲେ । ମେଡିସିନ୍ ଖାଇବା ପରେ ମୋତେ ଆରମ୍ଭ ଲାଗିଥିଲା ସତ କିନ୍ତୁ ମୂଳରୁ ଯନ୍ତ୍ରଣା ଯାଇନଥିଲା । ଏହାପରେ ପୁଣି ଯନ୍ତ୍ରଣା ଆରମ୍ଭ ହୋଇଗଲା । ଅଣ୍ଟା ଯନ୍ତ୍ରଣା ଏବଂ ହାଡ ସମସ୍ୟା ଥିଲେ ଛିଡା ହେବା ବହୁତ ସମସ୍ୟା ହୋଇଥାଏ । ସେଥିପାଇଁ ମୋତେ ସୋ’ ବନ୍ଦ କରିବାକୁ ପଡିଥିଲା ।