ସାଉଥ ସୁପରଷ୍ଟାର ରଜନୀକାନ୍ତ ଆଜି ଚେନ୍ନାଇରେ ତାଙ୍କ ଘର ବାହାରେ ଗଣମାଧ୍ୟମକୁ ଭେଟିଛନ୍ତି । ସେ ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାର ଜିତିବା ବିଷୟରେ ସାମ୍ବାଦିକମାନଙ୍କ ସହ କଥା ହୋଇଛନ୍ତି। ସୁପରଷ୍ଟାର ରଜନୀକାନ୍ତ କହିଛନ୍ତି ଯେ ସେ ଏହି ସମ୍ମାନଜନକ ପୁରସ୍କାର ପାଇବାକୁ କେବେ ଆଶା କରିନଥିଲେ। କିନ୍ତୁ ବହୁତ ଖୁସୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ , ଦୁଃଖର ବିଷୟ ହେଉଛି ମୋ ଗୁରୁ କେବି (କେ ବାଲାଚାନ୍ଦ) ସାର୍ ଆଜି ଜୀବନ୍ତ ନାହାନ୍ତି ଯିଏ କି ମୁଁ ପୁରସ୍କୃତ ହେବା ସମୟରେ ମୋତେ ଦେଖିପାରିବେ ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରଜନୀକାନ୍ତ ଆସନ୍ତାକାଲି ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ପୁରସ୍କାର କାର୍ୟ୍ୟକ୍ରମରେ ଯୋଗଦେବେ ଏବଂ ପୁରସ୍କାର ଗ୍ରହଣ କରିବେ। ଏପ୍ରିଲ୍ ୨୦୨୧ ରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର ଘୋଷଣା କରିଥିଲେ କି ଗତ ଚାରି ଦଶନ୍ଧି ଧରି ଭାରତୀୟ ସିନେମାରେ ଅବଦାନ ପାଇଁ ସୁପରଷ୍ଟାର ରଜନୀକାନ୍ତଙ୍କୁ ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଛି। କିନ୍ତୁ କୋଭିଡ୧୯ ମହାମାରୀ ହେତୁ ପୁରସ୍କାର କାର୍ୟ୍ୟ ବିଳମ୍ବ ହୋଇଥିଲା ।