ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଜ୍ଞାନ ଭବନରେ ୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଆୟୋଜିତ ହୋଇଯାଇଛି । ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ବିଜେତାମାନଙ୍କୁ ସ୍ୱର୍ଣ୍ଣ ପଦ୍ମ ଏବଂ ରଜତ ପଦ୍ମ ସହିତ ସମ୍ମାନିତ କରିଛନ୍ତି । ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ମନୋଜ ବାଜପେୟୀ, କଙ୍ଗନା ରାନାୱତ ଏବଂ ଧନୁଷଙ୍କୁ ପୁରସ୍କୃତ କରାଯାଇଛି। ସେହିପରି ଫିଲ୍ମ ‘ଛିଛୋରେ’ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛି । ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ ‘ଛିଛୋରେ’ ର ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି । ମାର୍ଚ୍ଚ ୨୦୨୧ ରେ ୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଥିଲା ।
୧୯୫୪ ମସିହାରେ ଦେଶରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଆରମ୍ଭ ହୋଇଥିଲା । ଉଲ୍ଲେଖନୀୟ ବିଷୟ ହେଉଛି, ଏହି ଜାତୀୟ ପୁରସ୍କାରଗୁଡ଼ିକୁ ସେତେବେଳେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର କୁହାଯାଉଥିଲା । ପ୍ରଥମେ ଚଳଚ୍ଚିତ୍ର ମହୋତ୍ସବରେ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ମରାଠୀ ଚଳଚ୍ଚିତ୍ର ‘ଶ୍ୟାମଚି ଆଇ’ କୁ ମିଳିଥିଲା ।