ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦିନକୁ ଦିନ ଏଟିଏମ କାର୍ଡ ଦ୍ୱାରା ହେଉଥିବା ଠକେଇ ମାମଲା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଏକ ନୂତନ ନିୟମ ଆଣିଛି ଏସବିଆଇ । ନିୟମ ଅନୁଯାୟୀ ଏସବିଆଇ ଗ୍ରାହକଙ୍କୁ ଏଟିଏମରୁ ଟଙ୍କା ଉଠାଇବା ସମୟରେ ଓଟିପି ଦେବାକୁ ହେବ । ଏହି ନିୟମ ଲାଗୁ ହେବା ପରେ ଏଟିଏମ କାର୍ଡ ଠକେଇ ମାମଲା କମ ହେବ ବୋଲି କୁହାଯାଉଛି ।
ଏଣିକି ଏଟିଏମରୁ ଟଙ୍କା ଉଠାଇବା ପାଇଁ ଗ୍ରାହକଙ୍କୁ ୪ ଅଙ୍କ ବିଶିଷ୍ଟ ଓଟିପି ନଂ ଦେବାକୁ ହେବ । ଓଟିପି ନଂ ଭେରିଫାଇ କରିବା ପରେ ଏଟିଏମରୁ ଟଙ୍କା ଉଠାଇ ପାରିବେ ଗ୍ରାହକ । ଏନେଇ ଏସବିଆଇ ଟ୍ୱିଟ ଜରିଆରେ ସୂଚନା ଦେଇଛି ।