କେନ୍ଦ୍ରପଡା (ଏଟିଆର ବ୍ୟୁରୋ): ଗ୍ୟାଙ୍ଗଷ୍ଟର ସାୟଦ ଉସମାନ ଅଲ୍ଲୀ ଓରଫ ଟିଟୋର ଦିଲାରପୁର ଗାଁରେ ଥିବା ଘରେ କ୍ରାଇମବ୍ରାଞ୍ଚ ଚଢାଉ କରିଛି । ଏହା କ୍ରାଇମବ୍ରାଞ୍ଚ ଏବଂ ଜିଲ୍ଲା ପୋଲିସ ମିଳିତ ଉଦ୍ୟମରେ ସମ୍ଭବ ହୋଇପାରିଛି । ଏହାସହିତ ଅଣ୍ଡରୱାଲ୍ଡ ଲିଙ୍କ ଥିବା ଅଭିଯୋଗରେ ଟିଟୋର ଭାଇ ଘରେ ମଧ୍ୟ ଚଢାଉ କରାଯାଇଛି ।
ସୂଚନା ଯୋଗ୍ୟ ଯେ, ଗତ ଜୁନ ୩୦ ତାରିଖରେ ଯାଜପୁର ଚଣ୍ଡୀଖୋଲ ନିକଟରେ ଗ୍ୟାଙ୍ଗଷ୍ଟର ଟିଟୋକୁ ଏନକାଉଣ୍ଟର କରାଯାଇଥିଲା । ଏଥିରେ ଟିଟୋର ଅବସ୍ଥା ଗୁରୁତର ହେବାରୁ ତାକୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାପରେ ତାକୁ ପୋଲିସ ଗିରଫ କରିଥିଲା ।