ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କ୍ରାଫ୍ଟନର ନେକ୍ସଡ ଜେନେରେସନ ବ୍ୟାଟେଲ ଟାଇଟଲ ଗେମ ପବଜି ନ୍ୟୁ ଷ୍ଟେଟ କୁ ଭାରତରେ ଲଞ୍ଚ କରାଯାଇଛି । ଏହି ଗେମ୍ ୨୦୫୧ ର ବ୍ୟାଟେଲ ଉପରେ ଆଧାରିତ । ଏଥିରେ ଇଂପ୍ରୁଭ୍ଡ ଗ୍ରାଫିକ୍ସ ଏବଂ ଗନ୍ ପ୍ଲେ ଦିଆଯାଇଛି । ଏହାସହିତ ଏଥିରେ ନୂତନ ମ୍ୟାପ ଫିଚର, ରିଟର୍ଣ୍ଣିଂ ଗେମ୍ ମୋଡ, ୟୁନିକ ଗେମ୍ ମେସିନ୍ ମିଳିବ । ପବଜି ନ୍ୟୁ ଷ୍ଟେଟ୍ କୁ ଡାଉନଲୋଡ ପାଇଁ ଆଣ୍ଡ୍ରୋଏଡ ୟୁଜର୍ସଙ୍କ ପାଇଁ ଉପଲବ୍ଧ କରାଯାଇଛି ।
ପବଜି ନ୍ୟୁ ଷ୍ଟେଟ୍ ର ବ୍ୟବହାର କୁ ନେଇ ଭାରତୀୟ ୟୁଜର୍ସଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡୁଛି । ଏହି ଗେମ୍ କୁ ୟୁଜର୍ସ ଡାଉନଲୋଡ କରି ପାରୁଛନ୍ତି କିନ୍ତୁ ବ୍ୟବହାର କରିବା ସମୟରେ ସମସ୍ୟାର ସାମ୍ନା କରୁଛନ୍ତି । ଏନେଇ ପବଜି କମ୍ପାନୀ କହିଛି କି, ଭାରତୀୟ ସମୟାନୁସାରେ ୟୁଜର୍ସ ସାଢେ ୧୧ଟା ପରେ ପବଜି ନ୍ୟୁ ଷ୍ଟେଟ୍ ର ବ୍ୟବହାର କରିପାରିବେ ।