ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଆରବିଆଇର କଷ୍ଟମର ସେଣ୍ଟ୍ରିକ ଇନିସିଏଟିଭ୍ ଅନୁଯାୟୀ ଆରମ୍ଭ କରାଯାଇଥିବା ଦୁଇଟି ସ୍କିମ୍ ଲଞ୍ଚ କରିଛନ୍ତି । ଭିଡିଓ କନଫରେନସିଂ ଜରିଆରେ ପ୍ରଧାନମନ୍ତ୍ରୀ ମୋଦି ରିଟେଲ ଡାଇରେକ୍ଟ ସ୍କିମ ଏବଂ ଇଣ୍ଟିଗ୍ରେଟେଡ ଅମବୁଡସମ୍ୟାନ ସ୍କିମ ର ଶୁଭାରମ୍ଭର ଘୋଷଣା କରିଛନ୍ତି ।
ଏହି ଅବସରରେ ମୋଦି କହିଛନ୍ତି କି ରିଟେଲ ଡାଇରେକ୍ଟ ସ୍କିମ୍ ଆସିବା ଦ୍ୱାରା ନିବେଶକଙ୍କୁ ନିବେଶ କରିବା ପାଇଁ ଆଉ ଏକ ପ୍ଲାଟଫର୍ମ ମିଳିଗଲା । ଖାସ୍ କରି ଛୋଟିଆ ନିବେଶକ ଏହାଦ୍ୱାରା ଖୁବ୍ ଲାଭାନ୍ୱିତ ହେବେ । ସେହିପରି ଇଣ୍ଟିଗ୍ରେଟେଡ ଅମବୁଡସମ୍ୟାନ ସ୍କିମ ଗ୍ରାହକଙ୍କ ହିତର ରକ୍ଷା କରିବ ।
ସେହିପରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି କି, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ରିଟେଲ ଡାଇରେକ୍ଟ ସ୍କିମ୍ ଦ୍ୱାରା ନିବେଶକଙ୍କ ବଡ ଫାଇଦା ହେବ । ଏହା ନିବେଶର ସରଳ ଏବଂ ସହଜ ମାଧ୍ୟମ । ସରକାରୀ ସିକ୍ୟୁରିଟିରେ ସିଧା ନିବେଶ ଅପ୍ସନରୁ ରିଟେଲ ନିବେଶକଙ୍କୁ ଆଉ ଏକ ମଉକା ମିଳିବ ।