ଉତ୍ତର ପ୍ରଦେଶ (ଏଟିଆର ବ୍ୟୁରୋ): ଆଜି ରାମ ମନ୍ଦିର ଭୂମିପୂଜନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ପହଞ୍ଚିବା ପରେ ସର୍ବ ପ୍ରଥମେ ସେ ହନୁମାନଗଡୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ ।
ସ୍ୱତନ୍ତ୍ର ବିମାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳ ୯:୩୦ ସମୟରେ ଦିଲ୍ଲୀରୁ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିଥିଲେ ।ଅଯୋଧ୍ୟାରେ ପହଞ୍ଚିବା ପରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ତାଙ୍କୁ ସ୍ୱାଗତ କରିଥିଲେ । ଅଯୋଧ୍ୟା ହନୁମାନଗଡୀ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କୁ ମୁକୁଟ ଉପହାର ପ୍ରଦାନ କରାଯାଇଥିଲା । ଏହାପରେ ପ୍ରଧାନମନ୍ତ୍ରୀ ମୋଦି ରାମ ଜନ୍ମ ଭୂମି ମନ୍ଦିର ନିର୍ମାଣସ୍ଥଳୀକୁ ଯାଇ ମନ୍ଦିର ନିର୍ମାଣ ପାଇଁ ରୌପ୍ୟ ଇଟାର ଭିତ୍ତି ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି ।
ତେବେ କିମ୍ବଦନ୍ତୀ ଅନୁସାରେ ପ୍ରଭୁ ରାମ ହନୁମାନଗଡୀର ରାଜା ରୂପରେ ପ୍ରଭୁ ହନୁମାନଙ୍କର ରାଜ ତିଳକ କରିଥିଲେ । ପ୍ରଭୁ ହନୁମାନ ଏକ ଗୁମ୍ଫାରେ ବାସ କରିବା ସହ ରାମ ଜନ୍ମ ଭୂମି ଓ ଅଯୋଧ୍ୟାର ସର୍ବଦା ରକ୍ଷା କରୁଥିଲେ । ହନୁମାନଙ୍କ ସେବା ଏବଂ ଭକ୍ତିରେ ପ୍ରସନ୍ନ ହୋଇ ଭଗବାନ ରାମ କହିଥିଲେ, ଯେ ଯଦି କେହି ଭକ୍ତ ମୋ ଦର୍ଶନ ନିମନ୍ତେ ଅଯୋଧ୍ୟା ଆସିବେ ତେବେ ସେ ପ୍ରଭୁ ହନୁମାନଙ୍କର ଦର୍ଶନ ଏବଂ ଆ ନେବେ । ଏନେଇ ସେଠାରେ ହନୁମାନଙ୍କର ପୂଜା ଏବଂ ଦର୍ଶନ କରିବାର ପରମ୍ପରା ରହିଛି ।