ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚଳିତବର୍ଷ ନଭେମ୍ବର ୧୯ ଶୁକ୍ରବାର ପଡୁଛି କାର୍ତ୍ତିକ ପୂର୍ଣ୍ଣିମା । ହିନ୍ଦୁ ଧର୍ମରେ କାର୍ତ୍ତିକ ପୂର୍ଣ୍ଣିମାର ଖୁବ୍ ମହତ୍ୱ ରହିଛି । କେବଳ ଏତିକି ନୁହେଁ ଏହି ଦିନ ସ୍ନାନ ଦାନର ମଧ୍ୟ ମହତ୍ୱ ରହିଛି । ପୂର୍ଣ୍ଣିମା ଦିନକୁ ଭଗବାନ ବିଷ୍ଣୁଙ୍କୁ ସମର୍ପିତ କରାଯାଇଥାଏ । ଏହିଦିନ ଚନ୍ଦ୍ରମାଙ୍କ ସହିତ ପ୍ରଭୁ ବିଷ୍ଣୁଙ୍କୁ ଆରାଧନା କରାଯାଇଥାଏ । କାର୍ତ୍ତିକ ପୂର୍ଣ୍ଣିମାକୁ ତ୍ରିପୁରାରୀ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହିଦିନ ରାକ୍ଷସ ତ୍ରିପୁରାସୁରର ବଧ କରିଥିଲେ ମହାଦେବ । ଏହି ଖୁସୀରେ ଦେବତାମାନେ ଦୀପ ଜାଳି ଖୁସୀ ମନାଇ ଥିଲେ । ଏହା ଦେବ-ଦୀପାବଳୀ ନାମରେ ଜଣାଯାଇଥାଏ ।
କାର୍ତ୍ତିକ ପୂର୍ଣ୍ଣିମା ତିଥିର ଆରମ୍ଭ ୧୮ ନଭେମ୍ବର ଦ୍ୱିପ୍ରହର ୧୨ଟାରୁ ଆରମ୍ଭ ୧୯ ନଭେମ୍ବର ୨ ଟା ୨୬ ରେ ସମାପ୍ତ । କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରମା ବାହାରିବାର ସମୟ ୫ଟା ୨୮ ମିନିଟ୍ ୨୪ ସେକେଣ୍ଡ ।