ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିକା ସମୟରେ ବି ଲୋକେ ଦିନ ବାର ଦେଖି କେଶ କାଟୁଛନ୍ତି । ମୁଖ୍ୟତଃ କିଛି ଲୋକ ଗୁରୁବାର, ଶନିବାର ଏବଂ ମଙ୍ଗଳବାର ଦିନ କେଶ ଓ ନଖ କାଟନ୍ତି ନାହିଁ । ସେଥିପାଇଁ କେଶ ଓ ନଖ କାଟିବା ପାଇଁ ରବିବାରକୁ ଶୁଭ ବୋଲି ମାନିଥାନ୍ତି । ତେବେ ଆଜି ଆମେ କହିବାକୁ ଯାଉଛୁ ଯେ କେଉଁ ବାରରେ କେଶ ଓ ନଖ କାଟିଲେ ଶୁଭ ବା ଅଶୁଭ ହୋଇଥାଏ ।
– ସୋମବାର ଚନ୍ଦ୍ରମାଙ୍କ ଦିନ ଏହି ବାରରେ କେଶ କାଟିଲେ ବ୍ୟକ୍ତି ସର୍ବଦା ଚିନ୍ତାରେ ରହିଥାନ୍ତି । କାରଣ ଏହି ଦିନ ସ୍ୱାସ୍ଥ୍ୟ ପାଇଁ ଅଶୁଭ ହୋଇଥାଏ ।
– ମଙ୍ଗଳବାର ଦିନ ବିଲକୁଲ କେଶ ନଖ କାଟନ୍ତୁ ନାହିଁ । ଏହା ଦ୍ୱାରା ଆୟୁଷ କମି ଯାଇଥାଏ ।
– କେଶ କାଟିବାର ଶୁଭ ଦିନ ହେଉଛି ବୁଧବାର । ଏହି ଦିନ କେଶ କାଟିବ ଦ୍ୱାରା ଘରେ ସକରାତ୍ମକ ଶକ୍ତି ଉତ୍ପନ ହୋଇଥାଏ ।
– ଭଗବାନ ବିଷ୍ଣୁଙ୍କ ଦିନ ହେଉଛି ଗୁରୁବାର । ଏହି ଦିନ କେଶ କାଟିବା ଦ୍ୱାରା ଧନ ଏବଂ ମାନସମ୍ମାନ ହାନି ହୋଇଥାଏ ।
– ଶୁକ୍ରବାରକୁ ଭୌତିକ ସୁଖ ସମ୍ବନ୍ଧୀୟ ଦିନ ବୋଲି କୁହାଯାଏ । ଏହି ଦିନ କେଶ ଓ ନଖ କାଟିବା ଶୁଭ ହୋଇଥାଏ ।
– ଶନିବାର ଦିନ କଦାପି କେଶ ଓ ନଖ କାଟନ୍ତୁ ନାହିଁ ଏହି ଦିନକୁ ମୃତ୍ୟୁର କାରକ ବୋଲି କୁହାଯାଇଥାଏ ।
– ଅନେକ ଲୋକ ରବିବାର ଦିନ କେଶ ଓ ନଖ କାଟିଥାନ୍ତି । ରବିବାର ସୂର୍ଯ୍ୟଙ୍କ ଦିନ ହୋଇଥାଏ ଏହି ଦିନ କେଶ ଓ ନଖ କାଟିବା ଦ୍ୱାରା ବୁଦ୍ଧି ଏବଂ ଧନ ହାନି ହୋଇଥାଏ ।