ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚିନ୍ତା ବଢାଉଛି ଓମିକ୍ରନ । ଓଡିଶାରୁ ଆଉ ୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଓଡିଶାରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଏନେଇ ଆଇଏଲଏସ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ପ୍ରଦାନ କରାଯାଇଛି ।
ଓଡିଶାରେ ଡିସେମ୍ବର ୨୧ ରେ ପ୍ରଥମେ ୨ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଉଭୟ ବିଦେଶ ଫେରନ୍ତା ଥିଲେ । ଏହାପରେ ପୁଣି ୨୩ ତାରିଖରେ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନେ ମଧ୍ୟ ବିଦେଶରୁ ଫେରିଥିଲେ । ଏବେ ପୁଣି ଆଜି ୪ ଜଣ ଓମିକ୍ରନ୍ ଆକାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଧୀରେ ଧୀରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବା ସହ ଚିନ୍ତାର ବିଷୟ ପାଲଟିଲାଣି ।