ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଗକୁ ନୂଆବର୍ଷ ଭିଡକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଧର୍ମ ପୀଠ ଗୁଡିକରେ କଟକଣା କଡାକଡି କରାଯାଇଛି । ଯାହାଦ୍ୱାରା ଗହଳି ହେବ ନାହିଁ ଏବଂ କରୋନା ସଂକ୍ରମଣରୁ ରକ୍ଷା ପାଇପାରିବା ।
ସେହିଅନୁଯାୟୀ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବାବା ଆଖଣ୍ଡଳମଣି ମନ୍ଦିର ପରିସରରେ ୧୪୪ ଧାରା ଜାରି ହୋଇଛି । ଭଗବାନଙ୍କ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ । ୩୧ ଡିସେମ୍ବର ସକାଳ ୬ଟାରୁ ଜାନୁଆରୀ ୨ ତାରିଖ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ । ଏହି ସମୟରେ ଦର୍ଶନ ବନ୍ଦ ରହିବ କିନ୍ତୁ ମନ୍ଦିରରେ ଭଗବାନଙ୍କ ନୀତିକାନ୍ତି ଚାଲିବ ।