ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ପ୍ରମୁଖ ନାମିଦାମି କମ୍ପାନୀ କୋକା-କୋଲା ୨୨୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଜଣାପଡିଛି । କରୋନା ମହାମାରୀ ସମୟରେ ବଜାରର ମାନ୍ଦା ଅବସ୍ଥା କାରଣରୁ କୈାଣସି ସିନେମା ହଲ , ବାର, ଷ୍ଟାଡିୟମ ବା ରେଷ୍ଟରାଣ୍ଟଭଳି ବିକ୍ରୟସ୍ଥଳୀ ବନ୍ଦ ରହିଥିବାରୁ ଏଭଳି ନିଷ୍ପତ୍ତି ନେଇଛି କମ୍ପାନୀ ।
ଉତ୍ତର ଆମେରିକାରେ ଥିବା ଏହାର ଏକ ନିୟୁତ ୪୦% କର୍ମଚାରୀଙ୍କୁ ଛଟେଇ କରିଥିଲା । କରୋନା ଯୋଗୁ କମ୍ପାନୀର ବିକ୍ରି ଉପରେ ଗଭୀର କ୍ଷତିଗ୍ରସ୍ତ ହୋଇଛି । ସାରା ବିଶ୍ୱରେ କାମ କରୁଥିବା ଏହାର ମୋଟ କର୍ମଚାରୀଙ୍କ ମଧ୍ୟରୁ ୨.୬ କର୍ମଚାରୀଙ୍କୁ ଛଟେଇ କରାଯିବ ବୋଲି ଯୋଜନା କରାଯାଇଛି ।
ଆୟ ୮.୭ ବିଲିୟନ୍ ଡଲାର୍ କମିଯିବାରୁ ଏବର୍ଷ ସେପ୍ଟେମ୍ବର ସୁଦ୍ଧା କୋକା-କୋଲାର ଲାଭାଂଶ ୩୩% ବା ୧.୭ ବିଲିୟନ୍ ଡଲାର୍ ହ୍ରାସ ପାଇଛି।