ପୁରୀ (ଏଟିଆର ବ୍ୟୁରୋ): ଆଜି ପବିତ୍ର ମକର ସଂକ୍ରାନ୍ତି । ଏହି ଅବସରରେ ଶ୍ରୀମନ୍ଦିରରେ ପାଳିତ ହେଉଛି ମକର ନୀତି । ପରମ୍ପରା ମୁତାବକ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କଠାରେ ମକର ଚାଉଳ ଭୋଗ ଲାଗିବାର ବିଧି ରହିଛି । ଶ୍ରୀଜିଉଙ୍କ ଘଣ୍ଟ, ଛତା ମାଧ୍ୟମରେ ମକର ବେଢା କରାଯାଇ ମକର ଚାଉଳ ଭୋଗ କରାଯିବ ।
ପରମ୍ପରା ଅନୁଯାୟୀ ମହାଲକ୍ଷ୍ମୀ ଧନୁ ସଂକ୍ରାନ୍ତିରେ ବାପ ଘରକୁ ଚାଲି ଯାଇଥିଲେ ଏକ ମାସ ପରେ ମକର ସଂକ୍ରାନ୍ତିରେ ମକର ଚାଉଳ ଧରି ବଡ ଦେଉଳକୁ ପ୍ରତ୍ୟାବର୍ତ୍ତନ କରିବା ପରେ ମହାପ୍ରଭୁଙ୍କ ଠାରେ ମକର ଚାଉଳ ଲାଗି ହୋଇଥାଏ ।
ମକର ସଂକ୍ରାନ୍ତି ଅବସରରେ ମକର ଚୌରାସି ବେଶରେ ଦର୍ଶନ ଦେବେ ଶ୍ରୀଜିଉ । କିନ୍ତୁ କରୋନା ପାଇଁ ଏବେ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି ଯାହାଫଳରେ ଶ୍ରୀଜିଉଙ୍କ ଏହି ବେଶ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ ।