ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ହେଉଛି ପବିତ୍ର ବଡଓଷା । ଏହି ଅବସରରେ ଆଜି ସକାଳୁ ସକାଳୁ ବିଭିନ୍ନ ଦେବାଦେବୀଙ୍କ ପୀଠରେ ଭିଡ ଦେଖିବାକୁ ମିଳିଛି । ବିଶେଷ କରି ଶୈବ ପୀଠ ମାନଙ୍କରେ ଅଧିକ ଭକ୍ତଙ୍କ ସମାଗମ ହୋଇଛି । କାର୍ତ୍ତିକ ମାସ ଶୁକ୍ଳପକ୍ଷ ଚତୁର୍ଦଶୀରେ ଏହି ବଡ ଓଷା ପାଳିତ ହୋଇଥାଏ । ବିଶେଷ କରି ଆଠଗଡର ଧବଳେଶ୍ୱରଙ୍କ ପୀଠ ଆଜିର ଦିନରେ ବେଶ ଉତ୍ସବ ମୁଖର ହୋଇଥାଏ । ଆଜି ଦିନରେ ଭୋଳାବାବାଙ୍କ ନିକଟରେ ସ୍ୱତନ୍ତ୍ର ଭୋଗ ଲାଗି ହୋଇଥାଏ । ଯାହାକୁ କୁହାଯାଏ “ ଗଜପିଠା’’ ।
ଅରୁଆ ଚାରଳ ଚୂନାରେ ଅଥର ବସି ଏହି ପିଠା ପ୍ରସ୍ତୁତ କରାଯାଇଥାଏ । ପୁରାଣ କିମ୍ବଦନ୍ତୀ ଅନୁସାରେ ମହାଦେବ ଶିବଙ୍କ ଦର୍ଶନ ଲାଗି ଦିନେ ନାରଦ କୈଳାସ ପର୍ବତରେ ପହଞ୍ଚି ଥିଲେ । ସେଠାରେ ନାରଦ ମହାଦେବଙ୍କୁ ଭକ୍ତଙ୍କ ଦୁଃଖ ବିଷୟରେ ଅବଗତ କରାଇଲେ । ଏହି ସମୟରେ ଶିବ ଭକ୍ତଙ୍କ ଦୁଃଖ ଦୁର୍ଦଶା ଦୂର ହେବା ପାଇଁ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଚତୁର୍ଦଶୀରେ ଶିବ ଦର୍ଶନ କରି ନିଷ୍ଠାର ସହିତ ଶିବ ବ୍ରତ ଧାରଣ କରିବାକୁ କହିଥିଲେ ।