ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟରେ ପାଗରେ ପରତ୍ତର୍୍ନ ହେବ । ଆସନ୍ତା ଦୁଇଦିନ ତାପମାତ୍ରା ଅପରିବର୍ତ୍ତିତ ରହିବା ପରେ ଆଗାମୀ ତିନି ଦିନ ଯାଏଁ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ହେବ । ୩ ରୁ ୪ ଡିଗ୍ରୀ ରାତି ତାପମାତ୍ରା ବଢିବ । ଏହାଦ୍ୱାରା ରାଜ୍ୟରୁ ଶୀତ କମିବ ବୋଲି ମଙ୍ଗଳବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ରାଜ୍ୟରେ ବୁଧବାର ଦିନ କିଛି ଜିଲ୍ଲା ତଥା କୋରାପୁଟ, ରାୟଗଡା, ମାଲକାନଗିରି, ଗଜପତି, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଘନ କୁହୁଡି ହେବ ବୋଲି ପାଣିପାଗ ବିଭାଗ ୟେଲୋ ୱାଣ୍ଣିଂ ଜାରି କରିଛି ।
ସେପଟେ ମଙ୍ଗଳବାର ଦିନ କେନ୍ଦୁଝର ଓ ଦାରିଙ୍ଗବାଡିରେ ସର୍ବନିମ୍ନ ୯ ଡିଗ୍ରୀ ତାପମାତ୍ରା ରହିଥିଲା ।