ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୀର୍ଘ ଦିନ ଧରି ଅପେକ୍ଷା କରାଯାଇଥିବା ଓପୋର ଫୋଲ୍ଡେବୁଲ ସ୍ମାର୍ଟଫୋନ ଆସନ୍ତା ଡିସେମ୍ବର ମାସରେ ଲଞ୍ଚ ହେବ । କିନ୍ତୁ ଫୋନ ଲଞ୍ଚ ହେବା ପୂର୍ବରୁ ଏହାର ସ୍ପେସିଫିକେସନ ଲିକ୍ ହୋଇଛି । ଏହି ଫୋନକୁ ଓପୋ ଫାଇଣ୍ଡ ଏନ ୫ଜି ନାମରେ ଲଞ୍ଚ କରାଯିବ ।
ଏଥିରେ ୫୦ ମେଗାପିକ୍ସଲର ରିୟର କ୍ୟାମେରା ଦିଆଯିବ ଯାହାକୁ ରୋଟେଟ କରି ସେଲ୍ଫି ଭଳି ମଧ୍ୟ ବ୍ୟବହାର କରାଯାଇ ପାରିବ । ଚୀନର ସୋସିଆଲ ମିଡିଆ ପ୍ଲାଟଫର୍ମ ୱଇବୋ ରେ ଅନେକ ପୋଷ୍ଟ କରାଯାଇଛି । ସେହିଅନୁଯାୟୀ ଓପୋ ଏନ୍ ୫ଜି ରେ ଗାଲାକ୍ସି ଜେଡ୍ ଫୋଲ୍ଡ ଏବଂ ଫ୍ଲିପ ସିରିଜ୍ ଫୋନ ଭଳି ଇନୱର୍ଡ ଡିସପ୍ଲେ ଦିଆଯିବ ।
ଆଉ ଏକ ରିପୋର୍ଟରୁ ଜାଣିବାକୁ ମିଳିଛି କି, ଓପୋର ପ୍ରଥମ ଫୋଲ୍ଡେବୁଲ ସ୍ମାର୍ଟଫୋନରେ ୭.୮ ବା ୮ ଇଂଚର ଓଏଲଇଡି ଡିସପ୍ଲେ ଦିଆଯିବ । ଏହା ୧୨୦ଏଚଜେଡ ରିଫ୍ରେସ ରେଟକୁ ସପୋର୍ଟ କରିବ । ଏହି ଫୋନକୁ କ୍ୱାଲକମ ସ୍ନାପଡ୍ରାଗନ ୮୮୮ ଚିପସେଟ ସହିତ ଅଣାଯିବ । ଏଥିରେ ସାଇଡ ମାଉଁଟେଡ ଫିଙ୍ଗରପ୍ରିଣ୍ଟ ସେଂସର ଏବଂ ୪,୫୦୦ଏମଏଏଚର ବ୍ୟାଟେରୀ ଦିଆଯିବ । ଯାହା ୬୫ୱାଟ ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିବ ।