ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ନେଇ ଚିଠି ଲେଖିଲେ ବିଜେଡି ସାଂସଦ ଭର୍ତ୍ତୁହରି ମହତାବ । ସେ ଲୋକସଭା ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି କି, ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରନ୍ତୁ । ୨୦୧୪ ବିଜେଡି ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ଲୋକସଭା ଆସନରୁ ଶ୍ରୀଯୁକ୍ତ ପଣ୍ଡା ଜିତି ଥିଲେ ।
ଚଳିତ ବର୍ଷ ଜାନୁୟାରୀ ୨୪ରେ ବୈଜୟନ୍ତଙ୍କୁ ନିଲମ୍ବିତ କରିଥିଲେ ମୁଖ୍ୟମନ୍ତ୍ରୀ । ନିଲମ୍ବନ ପୂର୍ବରୁ ବୈଜୟନ୍ତ ଗତ ମେ’୨୮ରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ତିନି ଫର୍ଦ୍ଦର ଏକ ଚିଠି ଲେଖିଥିଲେ । ଯେଉଁଥିରେ ସେ ଦର୍ଶାଇଥିଲେ ଇସ୍ତାଫା ପଛର କାରଣ । ମୁଖ୍ୟତଃ ବାପାଙ୍କ ମୃତ୍ୟୁ ବେଳକୁ ବିଜେଡିର କେହି ସଦସ୍ୟ ନଆସିବା ତାଙ୍କୁ ବେଶ ବାଧିଛି ବୋଲି ବୈଜୟନ୍ତ ଜଣାଇଥିଲେ । ସେ ଏହା ମଧ୍ୟ ଜଣାଇଥିଲେ କି’ ବାପାଙ୍କ ସହ ବିଜୁବାବୁଙ୍କ ବହୁତ ଭଲ ସମ୍ପର୍କ ଥିଲା । ଯାହାକୁ ନବୀନ ବାବୁ ବୁଝି ପାରିଲେ ନାହିଁ ବୋଲି ଅତି ଦୁଃଖର ସହ ବୈଜୟନ୍ତ ପ୍ରକାଶ କରିଥିଲେ ।