ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ବଦଳିଲା ରାଜ୍ୟ ସରକାରଙ୍କ ନିଷ୍ପତି । ଶେଷରେ ଚାପରେ ପଡି ବାଧ୍ୟ ହୋଇ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛନ୍ତି । ଆସନ୍ତା ୨୮ ତାରିଖରୁ ଭୁବନେଶ୍ୱରରେ ଆୟୋଜିତ ହେବାକୁଥିବା ବିଶ୍ୱକପ ହକିକୁ ପାଇଁ ସରକାର ରାତି ସାଢ଼େ ଗୋଟାଏ ପର୍ଯ୍ୟନ୍ତ ଖୋଲାଯିବ ବୋଲି ପ୍ରକାଶ କରିଥିଲେ । ବାହାରୁ ଆସିଥିବା ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏଭଳି ନିଷ୍ପତି ନେଇଥିଲେ ସରକାର । କିନ୍ତୁ ଆଜି ଏଭଳି ନିଷ୍ପତ୍ତିକୁ ବଦଳେଇ ଦେଇଛନ୍ତି ।
ସକାଳେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଅବକାରୀ ମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା ଦେଇଥିଲେ । ସରକାର ନେଇଥିବା ଦିଷ୍ପତ୍ତିରୁ ଓହରି ଯିବା ପାଇଁ ସରକାର ବିରୋଧୀ ଏବଂ ଅବକାରୀ ବିଭାଗର ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ନାଁରେ ନାରାବାଜି କରିବା ସହ ରାତି ସାଢ଼େ ଗୋଟାଏ ପର୍ଯ୍ୟନ୍ତ ଖୋଲା ରହିବା ନିଷ୍ପତ୍ତିକୁ ବଦଳାଇବା ପାଇଁ ଆହ୍ୱାନ ଦେଇଥିଲେ ।
ଯଦି ଏଭଳି ନିଷ୍ପତ୍ତି ନବଦଳେ ତେବେ ଆଗାମି ନିର୍ବାଚନରେ ଦେଖିଦବୁ ଏବଂ ଯେଉଁ ଦଳ ଓଡିଶାରୁ ନିଶାକୁ ଦୂର କରିବା ପାଇଁ ଚେଷ୍ଟା କରିବ ସେ ଦଳ ଓଡିଶାରେ ସରକାର ଗଢ଼ିବ ବୋଲି ଖୋଲାଖୋଲି ଟକ୍କର ଦେଇଥିଲା ସଂଘ । କାରଣ ଏହି ମଦ ପାଇଁ ବହୁ ପରିବାର ନଷ୍ଟ ହେଉଥିବା ବେଳେ ଅନ୍ୟାୟ ଅତ୍ୟାଚାର ବଢ଼ିଯାଉଛି । ତେବେ ଲେଟନାଇଟ ପର୍ଯ୍ୟନ୍ତ ଖୋଲା ରହିଲେ ବହୁତ ଅପରାଧ ବଢ଼ିଯିବ ବୋଲି ସଂଘ ଦାବୀ ରଖିଥିଲା ।
ଶେଷରେ ଚାପରେ ପଡି ସରକାର ନିଜର ନିଷ୍ପତ୍ତିକୁ ବଦଳାଇ ସେହି ପୂର୍ବ ସମୟ ୧୦ଟା୩୦ ପର୍ଯ୍ୟନ୍ତ ଖୋଲା ରହିବ ବୋଲି ନିଷ୍ପତ୍ତି ଶୁଣାଇଛନ୍ତି । ଅବକାରୀ ବିଭାଗର ମନ୍ତ୍ରୀ ଶଶି ଭୂଷଣ ବେହେରା ଏଭଳି ଘୋଷଣା କରିଛନ୍ତି ।