ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାଧାରଣତଃ ଆପଲ ଆଇଫୋନ ଗୁଡିକ ଖୁବ୍ ମହଙ୍ଗା । ଭାରତୀୟ ବଜାରକୁ ଦୃଷ୍ଟିର ରଖି କମ୍ପାନୀ ତାର ମିଡ୍ ରେଞ୍ଜ ସେଗମେଣ୍ଟ ରେ ଆଇଫୋନ ଏସ୍ ଇ ଲଞ୍ଚ କରିବା ଆରମ୍ଭ କରିଥିବା ବେଳେ ଏବେ ସମୟ ଆସିଛି ଆଇଫୋନ ଏସ୍ ଇ ୩ ୨୦୨୨ ର ।
ବାସ୍ତବରେ ଗତ କିଛି ଦିନ ହେବ ଆଇଫୋନ ଏସ୍ ଇ ୩ ର ତଥ୍ୟ ଲିକ୍ ହେଉଛି । କିନ୍ତୁ ଏବେ ପ୍ରଶ୍ନ ଉଠୁଛି କି କେବେ ଲଞ୍ଚ ହେବ ଆଇଫୋନ ଏସ୍ ଇ ୩ ।
ଆଗାମୀ ମାର୍ଚ୍ଚ ମାସରେ କମ୍ପାନୀ ତାର ସ୍ପ୍ରିଙ୍ଗ ଇଭେଣ୍ଟ ଆୟୋଜିତ କରିପାରେ । ଏହି ଇଭେଣ୍ଟରେ ଆପଲ ଆଇଫୋନ ଏସ୍ ଇ ୩ ୨୦୨୨ ଲଞ୍ଚ ହୋଇପାରେ ବୋଲି ଆଶା ରହିଛି ।
ଆଇଫୋନ ଏସ୍ ଇ ୩ ୨୦୨୨ ମଧ୍ୟ ଏହି ସିରିଜ୍ ଅନ୍ୟ ଆଇଫୋନ ଭଳି କମ୍ପ୍ୟାକ୍ଟ ହେବ ।
ଏକ ରିପୋର୍ଟ ମୁତାବକ,୮ ମାର୍ଚ୍ଚରେ କମ୍ପାନୀ ଆଇଫୋନ ଏସ୍ ଇ କୁ ଲଞ୍ଚ କରିପାରେ । ଏହାସହିତ ଏହି ଇଭେଣ୍ଟରେ ଆଇପ୍ୟାଡ ଏୟାର ମଧ୍ୟ ଲଞ୍ଚ ହୋଇପାରେ ।